Advertisment

ଆକାଶଙ୍କ ସହ ଫ୍ଲାଇଟରେ ଉଡ଼ିଥିଲେ କି? ପ୍ରଶ୍ନରେ ଚିହିଁକି ଉଠିଲେ ଅରୂପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  “ଆକାଶ ପାଠକଙ୍କ ସହ ଗତ ଜୁଲାଇ ୧୧ ତାରିଖରେ ବିଜେଡି ନେତା ଅରୂପ ପଟ୍ଟନାୟକ ଚାର୍ଟର ଫ୍ଲାଇଟ୍‌ରେ ଯାତ୍ରା କରିଥିଲେ । ସେ ପୁଣେରେ ଆକାଶଙ୍କୁ ଡ୍ରପ୍ କରି ମୁମ୍ବାଇ ଏକା ଯାଇଥିଲେ। ଯଦି ପ୍ରଦୀପ ପାଣିଗ୍ରାହୀ ଚାର୍ଟର ଫ୍ଳାଇଟ୍‌ରେ ଯିବା ଜନବିରୋଧୀ, ବିଜେଡି ନେତାଙ୍କ ଏଭଳି କାମ ଜନବିରୋଧୀ ନୁହେଁ କି?” ଏନେଇ ଗତ ୨ ତାରିଖରେ  ପ୍ରଶ୍ନ କରିଥିଲେ ବିଜେଡିର ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ଆଜି […]

author-image
Niharika Rout
ଅଦ୍ୟତନ ହୋଇଛି
ଆକାଶଙ୍କ ସହ ଫ୍ଲାଇଟରେ ଉଡ଼ିଥିଲେ କି? ପ୍ରଶ୍ନରେ ଚିହିଁକି ଉଠିଲେ ଅରୂପ

arup

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  “ଆକାଶ ପାଠକଙ୍କ ସହ ଗତ ଜୁଲାଇ ୧୧ ତାରିଖରେ ବିଜେଡି ନେତା ଅରୂପ ପଟ୍ଟନାୟକ ଚାର୍ଟର ଫ୍ଲାଇଟ୍‌ରେ ଯାତ୍ରା କରିଥିଲେ । ସେ ପୁଣେରେ ଆକାଶଙ୍କୁ ଡ୍ରପ୍ କରି ମୁମ୍ବାଇ ଏକା ଯାଇଥିଲେ। ଯଦି ପ୍ରଦୀପ ପାଣିଗ୍ରାହୀ ଚାର୍ଟର ଫ୍ଳାଇଟ୍‌ରେ ଯିବା ଜନବିରୋଧୀ, ବିଜେଡି ନେତାଙ୍କ ଏଭଳି କାମ ଜନବିରୋଧୀ ନୁହେଁ କି?” ଏନେଇ ଗତ ୨ ତାରିଖରେ  ପ୍ରଶ୍ନ କରିଥିଲେ ବିଜେଡିର ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ।

Advertisment

ଆଜି ଏକ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିବା ସହ କିଛି ବି କହିବାକୁ ସଫା ସଫା ମନା କରିଦେଇଥିଲେ।

ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା କାହିଁକି ଆପଣଙ୍କୁ ଟାର୍ଗେଟ କଲେ ବୋଲି ସାମ୍ବାଦିକ ପଚାରିବାରୁ ସେ କହିଥିଲେ ଯେ କିଏ କ’ଣ କଲା ତାହା ତଦନ୍ତ ଚାଲିଛି। ମୁଁ ଜଣେ  ପୂର୍ବତନ ପୁଲିସ୍‌ ଅଧିକାରୀ। ତେଣୁ ତଦନ୍ତ ବେଳେ କିଛି ମନ୍ତବ୍ୟ ଦେବା ଅନୁଚିତ ବୋଲି କହିଛନ୍ତି ଅରୂପ।

Advertisment

ଆଗକୁ ପଢନ୍ତୁ :  ପିଇଓଙ୍କ ଘରେ ଭିଜିଲାନ୍ସ ଚଢଉ

ଏହାବ୍ୟତୀତ ଆକାଶ ପାଠକଙ୍କ ସହ ଫ୍ଲାଇଟରେ ଯାଇଥିଲେ କି ପ୍ରଶ୍ନରେ ‘ଏସବୁ ବିଷୟରେ କିଛି କହିବା ଅନୁଚିତ’ ବୋଲି କହିଲେ। ‘ନିର୍ଦ୍ଦିଷ୍ଟ କିଛି ଚ୍ୟାନେଲରେ ୩ ଦିନ ଧରି ଚଲେଇଲେ, ତା’ ଉପରେ ବିଶ୍ୱାସ କରନ୍ତୁ।  ଏତେ ବଡ଼ ଚ୍ୟାନେଲ ଚଳାଇଛନ୍ତି। ନିଶ୍ଚିତ ସତ୍ୟତା ଥିବ’ ବୋଲି ମଧ୍ୟ କହିଲେ।

ଏହାପରେ ପାଠକ ପରିବାରକୁ ଚିହ୍ନିବା ପ୍ରଶ୍ନ ଉପରେ ମଧ୍ୟ ଚିହିଁକି ଉଠିଲେ ଅରୂପ। କହିଲେ ମୁଁ ଜଣେ ପୁଲିସ୍‌ ଅଫିସର ଥିଲି। କେତେବେଳେ କ’ଣ କହିବା ଉଚିତ, ଅନୁଚିତ ମୋତେ ଭଲ ଭାବେ ଜଣା। ତେଣୁ ମୁଁ ଯେଉଁ ଉଦ୍ଦେଶ୍ୟରେ ଆସିଛି ସେହି ବିଷୟରେ କହିବି। ଅନ୍ୟ କୌଣସି ବିଷୟରେ କଥା ହେବି ନାହିଁ ବୋଲି ସଫା ସଫା କହି ଚାଲିଗଲେ।

BjD Pathak Family Money Laundering Case Bjd Leader Akash Pathak Urmila Matondkar