Advertisment

ଆଇଏଏସ୍‌ ଟ୍ରେନିଂରେ କ’ଣ ଶିଖାଯାଏ ? ମୁହାଁମୁହିଁ ହେଲେ ଅପରାଜିତା-ଅରୂପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): 5T କୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ସେ କହିଛନ୍ତି,“ ମୁଁ ତ IAS/IPS ଟ୍ରେନିଂ ବେଳେ ଯାହା ହୁଏ ସବୁ ଜାଣିଛି। ସେଠାରେ ଆମେ ଲେଫ୍ଟ ରାଇଟ୍ ଶିଖୁ। ଲୋକଙ୍କୁ କେମିତି ହ୍ୟାଣ୍ଡେଲ କରାଯିବ ଟ୍ରେନିଂ ଦିଆଯାଏନାହିଁ।” ଅରୂପ କହିଛନ୍ତି,“କୌଣସି IAS/IPS ଟ୍ରେନିଂରେ ଲୋକଙ୍କ ସହ କିପରି ବସିବେ , କେମିତି ମିଶିବେ ଏଗୁଡ଼ିକ ଶିଖା ଯାଏ ନାହିଁ। ସେ […]

ଅଦ୍ୟତନ ହୋଇଛି
ଆଇଏଏସ୍‌ ଟ୍ରେନିଂରେ କ’ଣ ଶିଖାଯାଏ ? ମୁହାଁମୁହିଁ ହେଲେ ଅପରାଜିତା-ଅରୂପ

90

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): 5T କୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ସେ କହିଛନ୍ତି,“ ମୁଁ ତ IAS/IPS ଟ୍ରେନିଂ ବେଳେ ଯାହା ହୁଏ ସବୁ ଜାଣିଛି। ସେଠାରେ ଆମେ ଲେଫ୍ଟ ରାଇଟ୍ ଶିଖୁ। ଲୋକଙ୍କୁ କେମିତି ହ୍ୟାଣ୍ଡେଲ କରାଯିବ ଟ୍ରେନିଂ ଦିଆଯାଏନାହିଁ।”

Advertisment

ଅରୂପ କହିଛନ୍ତି,“କୌଣସି IAS/IPS ଟ୍ରେନିଂରେ ଲୋକଙ୍କ ସହ କିପରି ବସିବେ , କେମିତି ମିଶିବେ ଏଗୁଡ଼ିକ ଶିଖା ଯାଏ ନାହିଁ। ସେ ଭଦ୍ର ମହିଳା ଟ୍ରେନିଂରେ 5T ଶିଖିଥିବେ। ମୁଁ କିନ୍ତୁ ଟ୍ରେନିଂରେ କେବଳ ପରେଡ୍ ଶିଖିଛି। ସେ ଯେବେ ମୁଖ୍ୟମନ୍ତ୍ରୀ ହେବେ 5T ବାତିଲ କରିଦେବେ।”

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ,“ଶାସନର ୨୦ ବର୍ଷ ପରେ ଏବେ କାହିଁକି ସରକାର 5T ଆଣିଲେ। ପୂର୍ବରୁ ଏହା କ’ଣ ଆମ ସିଷ୍ଟମରେ ନଥିଲା କି ?

Advertisment

ସେ ଆହୁରି କହିଥିଲେ,“5T ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ମୁଁ ଆଇଏଏସ୍ ଟ୍ରେନିଂ ନେବା ବେଳେ5T ଟ୍ରେନିଂ ଦିଆଯାଉଥିଲା” ସ୍ୱାସ୍ଥ୍ୟ ଓ ଗୃହ ବିଭାଗର ଉଦାହରଣ ଦେଇ ଅପରାଜିତା କହିଥିଲେ ,“ଯଦି ‘ସ୍ୱାସ୍ଥ୍ୟ ବିଭାଗରେ5T ଟି ଲାଗୁ କରାଯାଇଥାନ୍ତା, ତେବେ କ’ଣ ଏଥିରେ ସ୍ୱଚ୍ଛତା ଆସିନଥାନ୍ତି କି ? ଏଥିପାଇଁ ଏକ କ୍ଷମତା ସମ୍ପନ୍ନ ବିଭାଗ କାହିଁକି ଗଠନ କରାଗଲା କହି  ପ୍ରଶ୍ନ ଉଠାଇଥିଲେ ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe