ସତରେ କଣ ଭଗବାନ ଦୁନିଆକୁ ମା' ରୂପରେ ଆସିଥାନ୍ତି, ଏ ଲୁହ ନିଜ କଷ୍ଟ ପାଇଁ ନୁହେଁ ପୁଅର କଷ୍ଟ ପାଇଁ, ନିଜ କଷ୍ଟକୁ ସେ ତ ଦେହରେ ମାରିଦେଉଛନ୍ତି କିନ୍ତୁ ପୁଅର କଷ୍ଟ ଦେଖିଲେ ଲୁହକୁ ଅଟକାଇ ପାରୁନାହାନ୍ତି। ୭୨ ବର୍ଷ ବୟସରେ ବି ଶାରୀରିକ ଅକର୍ମଣ୍ୟ ପୁଅର ସବୁ ସେବା କରୁଛନ୍ତି, କାହିଁକି ନା ସିଏ ପରା ମା', ପୁଅର କଷ୍ଟକୁ ସହିବେ କେମିତି, ଏ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗାଁର ସତ୍ୟଭାମା ରାଉତ।