Advertisment

ଆଖି ଦେଖାଇଲା ‘ଅସାନି’, ପୁରୀଠାରୁ ୫୭୦ କିମି ଦୂରରେ ବାତ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୃଶ୍ୟମାନ ହେଲା ଭୀଷଣ ବାତ୍ୟା ‘ଅସାନି’ର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ ଡପଲର ରାଡାରରେ ଠାବ ହୋଇଛି ‘ଅସାନି’ର ଆଖି ।  ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଫଟୋ ସହ ଟ୍ୱିଟ କରାଯାଇଛି। ଏବେ ‘ଅସାନି’ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ବର୍ତ୍ତମାନ ଏହାର ଗତି ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ […]

ଆଖି ଦେଖାଇଲା ‘ଅସାନି’, ପୁରୀଠାରୁ ୫୭୦ କିମି ଦୂରରେ ବାତ୍ୟା

asani

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୃଶ୍ୟମାନ ହେଲା ଭୀଷଣ ବାତ୍ୟା ‘ଅସାନି’ର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ ଡପଲର ରାଡାରରେ ଠାବ ହୋଇଛି ‘ଅସାନି’ର ଆଖି ।  ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଫଟୋ ସହ ଟ୍ୱିଟ କରାଯାଇଛି।

Advertisment

ଏବେ ‘ଅସାନି’ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ବର୍ତ୍ତମାନ ଏହାର ଗତି ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ରହିଛି।

’ଅସାନି’ ପ୍ରଭାବରେ ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ଜାରି କରାଯାଇଛି ସତର୍କତା ସୂଚନା

Advertisment

’ଅସାନି’ ପ୍ରଭାବରେ  ଅଶାନ୍ତ ହେଲାଣି ଗୋପାଳପୁର ବେଳାଭୂମି। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସୁଥିବା ବେଳେ ଗୋପାଳପୁର ବେଳାଭୂମିରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି।   ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଯିବାକୁ ବାରଣ କରାଯାଇଛି। ଆଜି ଓ ଆସନ୍ତାକାଲି ସମୁଦ୍ର ଉପକୂଳକୁ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।  ଏଥିସହ ବାତ୍ୟା ଆସିଲେ ଯେକୌଣସି ପରିସ୍ଥିତି ର ମୁକାବିଲା ପାଇଁ ୨ଟି ଓଡ୍ରାଫ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ଗୋପାଳପୁର ବାଦ ପୁରୀ,  ଚାନ୍ଦବାଲି/ଧାମରା ଏବଂ  ପାରାଦ୍ୱୀପ ବନ୍ଦର  ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

‘ଅସାନି’ ୧୨ ତାରିଖ ପୂର୍ବାହ୍ନରେ ଗୋପାଳପୁରଠୁ ୭୮ କିମି ଦୂରରେ ଅତିକ୍ରମ କରିବ । ଓଡ଼ିଶା ଉପକୂଳ ଦେଇ ଏହା ଗଭୀର ଅବପାତ ଅବସ୍ଥାରେ ଗତି କରିବ ।  ଏହି ସମୟରେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପାଗ ମେଘୁଆ ରହିବ ।

ଏହା ପ୍ରଭାବରେ ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିପାରେ । କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ରୁ ୧୧ ସେମି ବର୍ଷା ହୋଇପାରେ ବୋଲି କହିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ  ଉମାଶଙ୍କର ଦାସ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe