Advertisment

ଆସନ୍ତା ୩୦ ତାରିଖରେ ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଆସୁଛନ୍ତି। ଏହି ପ୍ରସ୍ତାବିତ ଗସ୍ତ ସୂଚୀରେ ଅଖିଳେଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦୁଇ ମୁଖ୍ୟମନ୍ତ୍ରୀ ଏହି ସମ୍ଭାବ୍ୟ ଭେଟଘାଟ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସେପଟେ ସମାଜବାଦୀ ପାର୍ଟି ମଧ୍ୟ ଏମିତି କିଛି ସମୀକରଣକୁ ଅନାଇ ବସିଛି । ଅଖିଳେଶଙ୍କ ଗସ୍ତକୁ ନେ ରାଜ୍ୟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଗୁରୁବାର ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ନବୀନଙ୍କୁ ଭେଟିବେ

akhilesh_nabin

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଆସୁଛନ୍ତି। ଏହି ପ୍ରସ୍ତାବିତ ଗସ୍ତ ସୂଚୀରେ ଅଖିଳେଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦୁଇ ମୁଖ୍ୟମନ୍ତ୍ରୀ ଏହି ସମ୍ଭାବ୍ୟ ଭେଟଘାଟ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସେପଟେ ସମାଜବାଦୀ ପାର୍ଟି ମଧ୍ୟ ଏମିତି କିଛି ସମୀକରଣକୁ ଅନାଇ ବସିଛି ।

Advertisment

ଅଖିଳେଶଙ୍କ ଗସ୍ତକୁ ନେ ରାଜ୍ୟ ରାଜନୀତି ଏବେ ବେଶ ସରଗରମ ହୋଇଛି । ନବୀନ-ଅଖିଳେଶ ଭାଟକୁ ନେଇ ଏବେ ପୁଣି ତୃତୀୟ ସାମ୍ମୁଖ୍ୟ କଥା ଉଠୁଛି । ପୂର୍ବରୁ ତୃତୀୟ ସାମ୍ମୁଖ୍ୟ ରୂପରେଖ ପ୍ରସ୍ତୁତ ପାଇଁ ହୋଇଥିବା ବୈଠକରେ ବିଜେଡି ପ୍ରତିନିଧି ୨ଥର ଯୋଗଦେଇଥିଲେ। ତେବେ ତୃତୀୟ ବୈଠକରେ ବିଜେଡିର କେହି ଯୋଗଦେଇ ନ ଥିଲେ। ଏବେ ତୃତୀୟ ସାମ୍ମୁଖ୍ୟରେ ଥାଇ ବି ବିହାର ନିର୍ବାଚନ ମଇଦାନରେ ସମାଜବାଦୀ ପାର୍ଟି ସାମ୍ମୁଖ୍ୟ ମେଣ୍ଟର ବାହାରେ ରହିଛି । ଦୁଇଦଳ ସମାଜବାଦୀ ପାର୍ଟି ଓ ବିଜେଡି କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖିଥିବା କହୁଛନ୍ତି। ଉଭୟ ଦଳ ଧର୍ମ ନିରପେକ୍ଷତାକୁ ଗୁରୁତ୍ୱ ଦେଇଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଭବିଷ୍ୟତରେ କିଛି ନୂଆ ସମୀକରଣ ସୃଷ୍ଟି କରିବ ନାହିଁ ବୋଲି କହି ହେବ ନାହିଁ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଜେନା ପ୍ରକାଶ କରିଛନ୍ତି । ସେପଟେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଉଭୟ ଦଳର ନୀତି ଓ ଆଦର୍ଶରେ ସମାନତା ରହିଛି । ତେଣୁ ଦୁଇ ରାଜ୍ୟାର ମୁଖ୍ୟମନ୍ତ୍ରୀ ଭେଟ ବେଳେ ଭାବର ଆଦାନ ପ୍ରଦାନ କରିବେ।

Akhilesh Yadav Odisha