Advertisment

ଆସନ୍ତାକାଲି ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅତିରିକ୍ତ ପୋଲିସ୍‌ ଡିଜି

ବରଗଡ଼: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବରଗଡ଼ ଗସ୍ତ ନେଇ ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ୍‌ ଡିଜି ସତ୍ୟଜିତ୍ ମହାନ୍ତି। ପ୍ରଧାନମନ୍ତ୍ରୀଙ୍କ ସଭାରେ ସୁରକ୍ଷା ଦାୟିତ୍ୱରେ ୬୫ ପ୍ଲାଟୁନ ଫୋର୍ସ ସହ ୩ ଶହ ଅଫିସର ଓ ୧୭ ଜଣ ଡିଏସ୍‌ପି ନିୟୋଜିତ ହେବେ। ଅନ୍ୟପକ୍ଷରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟ ନେତାମାନେ ଲାଗିପଡ଼ିଛନ୍ତି। ସଭାସ୍ଥଳରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦଳର ବରିଷ୍ଠ ନେତାମାନେ ବରଗଡ଼ରେ ଡେରା ପକାଇ ପ୍ରସ୍ତୁତି ଅନୁଧ୍ୟାନ […]

author-image
Rakesh Mallick
ଆସନ୍ତାକାଲି ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅତିରିକ୍ତ ପୋଲିସ୍‌ ଡିଜି

bargrah

ବରଗଡ଼: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବରଗଡ଼ ଗସ୍ତ ନେଇ ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ୍‌ ଡିଜି ସତ୍ୟଜିତ୍ ମହାନ୍ତି। ପ୍ରଧାନମନ୍ତ୍ରୀଙ୍କ ସଭାରେ ସୁରକ୍ଷା ଦାୟିତ୍ୱରେ ୬୫ ପ୍ଲାଟୁନ ଫୋର୍ସ ସହ ୩ ଶହ ଅଫିସର ଓ ୧୭ ଜଣ ଡିଏସ୍‌ପି ନିୟୋଜିତ ହେବେ।

Advertisment

ଅନ୍ୟପକ୍ଷରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟ ନେତାମାନେ ଲାଗିପଡ଼ିଛନ୍ତି। ସଭାସ୍ଥଳରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦଳର ବରିଷ୍ଠ ନେତାମାନେ ବରଗଡ଼ରେ ଡେରା ପକାଇ ପ୍ରସ୍ତୁତି ଅନୁଧ୍ୟାନ କରୁଛନ୍ତି। ପ୍ରାୟ ୩୫ ଏକର ପରିମିତ ସ୍ଥାନରେ ଲୋକଙ୍କ ବସିବା ଲାଗି ବ୍ୟବସ୍ଥା କରାଯାଉଛି।

ମୋଦିଙ୍କୁ ସ୍ୱାଗତ ପାଇଁ ବରଗଡ଼ ସହରରେ  ବଡ଼ବଡ଼ ପୋଷ୍ଟର, ବ୍ୟାନର ସହ ଦଳୀୟ ପତାକା ଲଗାଯାଇଛି।

Advertisment