ଆସନ୍ତାକାଲି ବସିବ ନୂଆ ପିସିସି ଟିମର ପ୍ରଥମ ବୈଠକ

ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ଆସନ୍ତାକାଲି ନୂଆ ପିସିସି ଟିମର ପ୍ରଥମ ବୈଠକ ବସିବ । ଅପରାହ୍ନ ସାଢେ଼ ୪ଟାରେ କଂଗ୍ରେସ ଭବନରେ ବୈଠକ ହେବ ପରେ ସନ୍ଧ୍ୟା ସାଢେ଼ ୭ଟାରେ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବସିବ । ରାଜନୈତିକ ଚିଠା ପ୍ରସ୍ତାବ ସହ ସାଙ୍ଗଠନିକ ବ୍ୟାପରରେ ମଧ୍ୟ ଏଠାରେ ଆଲୋଚନା ହେବ । ତେବେ ନୂଆ କମିଟିକୁ ନେଇ ଦଳର କିଛି ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିବା ପରେ ଆଜି ବିଧାୟକ ନବ ଦାସ କହିଛନ୍ତି ଯେ, କଂଗ୍ରେସ ପରି ପୁରୁଣା ଦଳରେ ଅସନ୍ତୋଷ ରହିବ । ନିରଞ୍ଜନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ତାଙ୍କ ନିଜସ୍ୱ ବୋଲି ସେ କହିଛନ୍ତି ।