Advertisment

ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ଦାରୁ କୋଇଲି ବୈକୁଣ୍ଠରେ ପହଞ୍ଚିବ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ି ଚାଲିଛି ଦେବୀ ସୁଭଦ୍ରାଙ୍କ ଦାରୁ ଶଗଡ଼ି । ଗତ ରାତି ବୀର ଗୋବିନ୍ଦପୁରଠାରେ ଅବସ୍ଥାନ କରିଥିଲେ ଦାରୁ ଶଗଡ଼ି। ଆଜି ପୁଣି ଯାତ୍ରା ଆରମ୍ଭ କରି ନୃସିଂହନାଥ ମନ୍ଦିରଠାରେ ଅବସ୍ଥାନ କରିବେ। ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ  ଦାରୁ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ରାସ୍ତାରେ ଫୁଲ, ମୁରୁଜ, ନବବସ୍ତ୍ର ପକାଇ ଓ ବାଣ ଫୁଟାଇ ସୁଭଦ୍ରାଙ୍କ ଦାରୁଙ୍କୁ ଶ୍ରଦ୍ଧାଳୁମାନ ପାଛୋଟି ନେଉଛନ୍ତି। ରଥଯାତ୍ରା ପରି ପ୍ରତୀୟମାନ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ଦାରୁ କୋଇଲି ବୈକୁଣ୍ଠରେ ପହଞ୍ଚିବ

subhdranks daru sagdi

Advertisment

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ି ଚାଲିଛି ଦେବୀ ସୁଭଦ୍ରାଙ୍କ ଦାରୁ ଶଗଡ଼ି । ଗତ ରାତି ବୀର ଗୋବିନ୍ଦପୁରଠାରେ ଅବସ୍ଥାନ କରିଥିଲେ ଦାରୁ ଶଗଡ଼ି। ଆଜି ପୁଣି ଯାତ୍ରା ଆରମ୍ଭ କରି ନୃସିଂହନାଥ ମନ୍ଦିରଠାରେ ଅବସ୍ଥାନ କରିବେ। ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ  ଦାରୁ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ରାସ୍ତାରେ ଫୁଲ, ମୁରୁଜ, ନବବସ୍ତ୍ର ପକାଇ ଓ ବାଣ ଫୁଟାଇ ସୁଭଦ୍ରାଙ୍କ ଦାରୁଙ୍କୁ ଶ୍ରଦ୍ଧାଳୁମାନ ପାଛୋଟି ନେଉଛନ୍ତି। ରଥଯାତ୍ରା ପରି ପ୍ରତୀୟମାନ ହେଉଛି ସୁଭଦ୍ରାଙ୍କ ଦାରୁ ଶଗଡ଼ି ଯାତ୍ରା। ଦାରୁ ଶଗଡ଼ିକୁ ଲୋକମାନେ ରଥ ପରି ଟାଣି ନେଉଛନ୍ତି। ଭଜନ କୀର୍ତ୍ତନ୍ୟରେ ପ୍ରକମ୍ପିତ ହେଉଛି ପରିବେଶ। ସୁଦର୍ଶନ ଓ ବଳଭଦ୍ରଙ୍କ ଦାରୁଙ୍କୁ ଅଲାମଚଣ୍ଡି ମନ୍ଦିର ଦେଇ ନିଆଯାଇଥିବା ବେଳେ ସୁଭଦ୍ରାଙ୍କ ଦାରୁଙ୍କୁ ନୃସିଂହ ମନ୍ଦିର ଦେଇ ନିଆଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe