Advertisment

ଯୋବ୍ରା ଜଣ୍ଡିସ ପ୍ରଭାବିତ ଅଞ୍ଚଳରେ ଡ୍ରେନ୍‌ ଉପରୁ ଆସନ୍ତାକାଲି ହେବ ଜବରଦଖଲ ଉଚ୍ଛେଦ

କଟକ: ସିଏମ୍‌ସି ପକ୍ଷରୁ ଆସନ୍ତାକାଲିଠାରୁ ଯୋବ୍ରା ଜଣ୍ଡିସ ପ୍ରଭାବିତ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯିବ। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଜଣ୍ଡିସର ମୁଖ୍ୟ କାରଣ ବୋଲି ନଗର ଉନ୍ନୟନ ସଚିବ କହିବା ପରେ ସିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡ୍ରେନ ଅବରୋଧ କରି ଗଢି ଉଠିଥିବା ଘର ଓ ଦୋକାନଗୁଡିକୁ ଆସନ୍ତାକାଲିଠାରୁ ଉଚ୍ଛେଦ କରାଯିବ। ପୁଣି ଜବରଦଖଲ କରାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି କମିଶନର କହିଛନ୍ତି। ଏହାସହ ଯେଉଁମାନଙ୍କର ପାଇଖାନା […]

ଯୋବ୍ରା ଜଣ୍ଡିସ ପ୍ରଭାବିତ ଅଞ୍ଚଳରେ ଡ୍ରେନ୍‌ ଉପରୁ ଆସନ୍ତାକାଲି ହେବ ଜବରଦଖଲ ଉଚ୍ଛେଦ

ctc

Advertisment

କଟକ: ସିଏମ୍‌ସି ପକ୍ଷରୁ ଆସନ୍ତାକାଲିଠାରୁ ଯୋବ୍ରା ଜଣ୍ଡିସ ପ୍ରଭାବିତ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯିବ। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଜଣ୍ଡିସର ମୁଖ୍ୟ କାରଣ ବୋଲି ନଗର ଉନ୍ନୟନ ସଚିବ କହିବା ପରେ ସିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡ୍ରେନ ଅବରୋଧ କରି ଗଢି ଉଠିଥିବା ଘର ଓ ଦୋକାନଗୁଡିକୁ ଆସନ୍ତାକାଲିଠାରୁ ଉଚ୍ଛେଦ କରାଯିବ। ପୁଣି ଜବରଦଖଲ କରାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି କମିଶନର କହିଛନ୍ତି। ଏହାସହ ଯେଉଁମାନଙ୍କର ପାଇଖାନା ନାହିଁ, ଶୀଘ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସିଏମ୍‌ସି କମିଶନର ଜ୍ଞାନରଞ୍ଜନ ଦାସ କହିଛନ୍ତି, “ଗତ ୩ ଦିନ ହେବ ଯୋବ୍ରା ଅଞ୍ଚଳରେ ଯାଞ୍ଚ କରୁଛୁ। ବହୁ ସ୍ଥାନରେ ଡ୍ରେନ ସଫା ହୋଇପାରୁନାହିଁ। ଡ୍ରେନକୁ ଜବରଦଖଲ କରାଯାଇ ଘର ନିର୍ମାଣ କରାଯିବା ସହ, ଦୋକାନ ବି କରାଯାଇଛି। ଆଜି ଜବରଦଖଲ ଉଚ୍ଛେଦ କରାଯିବାକୁ ସ୍ଥିର ହୋଇଥିଲା। ହେଲେ ଫୋର୍ସ ନ ମିଳିବାରୁ ଉଚ୍ଛେଦ ପ୍ରକ୍ରିୟା ଆସନ୍ତାକାଲି କରାଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe