/odisha-reporter/media/post_attachments/uploads/2015/04/vlcsnap-2015-04-19-11h33m14s710-e1429424198974.png)
vlcsnap
ଭୁବନେଶ୍ୱର: ଶ୍ରୀ ସୁଦର୍ଶନଙ୍କ ଦାରୁଛେଦନ କାର୍ଯ୍ୟ ପରେ ଏବେ ଚଉପଟ ପ୍ରକ୍ରିୟା କାର୍ଯ୍ୟ ଶେଷ ହୋଇଛି। ଶ୍ରୀସୁଦର୍ଶନଙ୍କର ଦାରୁକୁ ଶ୍ରୀମନ୍ଦିର ଅଭିମୁଖେ ନେବା ପାଇଁ ବର ଓ ତେନ୍ତୁଳି କାଠରେ ସ୍ୱତନ୍ତ୍ର ଶଗଡିର ନିର୍ମାଣ କାର୍ଯ୍ୟମଧ୍ୟ ଶେଷ ହେବା ଉପରେ। ଏହାପରେ ଶଗଡି ସହ ଶ୍ରୀ ସୁଦର୍ଶନ ଦାରୁଙ୍କର କିଛି ଗୁପ୍ତନୀତି ସମ୍ପର୍ଣ୍ଣ ହେବ।
ଆଜି ଅପରାହ୍ଣସୁଦ୍ଧା ଶଗଡି କାମ ଶେଷ ହେବାପରେ ଚଊପଟଦାରୁକୁ ପାଟ୍ଟବସ୍ତ୍ର ବେଢାଇ ଶ୍ରୀମନ୍ଦିରକୁ ନିଆଯିବାର ଯୋଜନା ରହିଛି। ଏହାପରେ ଦଇତାପତି ଓ ବ୍ରହ୍ମାଣମାନେ ଶ୍ରୀ ବଳଭଦ୍ରଙ୍କ ଦାରୁ ଠାବ ହୋଇଥିବା ଝଙ୍କଡ ପୀଠକୁ ଯାତ୍ରା କରିବେ। ଦାରୁ ଘେଷଣା ପରଠାରୁ ଏର୍ଯ୍ୟନ୍ତ ଭୁବନେଶ୍ୱର ଉପକଣ୍ଠ ଗଡକଣ୍ଟୁଣିଆରେ ଲାଗି ରହିଛି ଭକ୍ତିମୟ ପରିବେଶ । ଦାରୁ ଦେବତାଙ୍କ ଏହି ଲୀଲା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି।
ସୂଚନାଯୋଗ୍ୟଯେ, ଶୁକ୍ରବାର ରାତି ୯ଟାରେ ୨ ମିନିଟରେ ସୁଦର୍ଶନଙ୍କ ଦାରୁ ଭୂମିଷ୍ଠ ହୋଇଥିଲା। ପରମ୍ପରା ଅନୁଯାଇ ଐଶାନ୍ୟ କୋଣରୁ ହିଁ ଦାରୁ ଭୁପତିତ ହୋଇଥିଲା। ଦୁଇଦିନ ଧରି ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ପରେ ଦାରୁ ଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫ଘଣ୍ଟା ର ଛେଦନ ପରେ ଭୂମିଷ୍ଠ ହୋଇଥିଲା ଶ୍ରୀ ସୁଦର୍ଶନଙ୍କ ଦାରୁ। ସେପଟେ ଦାରୁ ଭୂମିଷ୍ଠ ହେବାପରେ ଏହାର ଡାଳ ଓ ପତ୍ରକୁ ଏକ ପାତାଳି କରି ଦିଆଯାଇଛି।
ପୂର୍ଣ୍ଣାହୂତି ପରେ ପ୍ରଥମେ ବିଦ୍ୟାପତିଙ୍କ ସୁନା କୁରାଢି ଓ ତା’ ପରେ ବିସ୍ୱାବସୁଙ୍କ ରୂପା କୁରାଢି ଛୁଆଁଯାଇଥିଲା। ଏହାପରେ ମହାରଣା ସେବାୟତଙ୍କ ଦ୍ୱାରା ଲୁହା କୁରାଢିରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ।
ଶ୍ରୀକ୍ଷେତ୍ରରେ ଦାରୁ ପହଞ୍ଚିବା ପୂର୍ବରୁ ପରମ୍ପରା ଅନୁସାରେ ଅଲାମଚଣ୍ଡି ନିକଟରେ ଗୋଟିଏ ରାତି ରାହିବେ ବନଯୋଗଯାତ୍ରୀ।ସହରର ପ୍ରବେଶପଥ ଅଠରନଳାଠାରେ ଥିବା ଅଲାମଚଣ୍ଡିଙ୍କ ମନ୍ଦିରରେ ବନଯୋଗ ଯାତ୍ରୀମାନେ ପୂଜାର୍ଚ୍ଚନା କରିବାର ବିଧି ରହିଛି।
ଏଠାରେ କିଛି ଗୁପ୍ତ ନୀତି ମଧ୍ୟ ସମାପନ କରାଯିବ। ପରଦିନ ସକାଳୁ ରାଧାକାନ୍ତ ମଠର ସାଧୁସନ୍ଥ ଓ ସକୀର୍ତ୍ତନ ମଣ୍ଡଳୀ ଆସି ଦାରୁ ଓ ବନଯୋଗ ଯାତ୍ରୀଙ୍କୁ ସ୍ୱାଗତ କରିବେ। ଏହାପରେ ପଟୁଆରରେ ଦାରୁ ଶଗଡିକୁ କୋଇଲି ବୈକୁଣ୍ଠକୁ ନିଆଯିବ।
ସେହିପରି ବିଧି ଅନୁଯାଇ ବନଯୋଗଯାତ୍ରୀମାନେ ଅଲାମଚଣ୍ଡି ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀରେ ସ୍ନାନ କରିବେ। ଏଥିପାଇଁ ଏବେ ଏହି ପୋଖରୀ ଜଳ ପରିମଳ ତଥା ମନ୍ଦିର ପରିବେଶକୁ ସଫାସୁତୁରା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
