Advertisment

ସାଇକେଲ୍‌ରେ ଯାଉଥିଲେ ଆଶା ଦିଦି, ଟେକିନେଲେ ୪ ଯୁବକ!

ପାରାଦୀପ (ରମାକାନ୍ତ ନାୟକ): ସାଇକେଲ୍‌ରେ ଯାଉଥିଲେ ଆଶା ଦିଦି। ଅଧା ରାସ୍ତାରୁ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ୪ ଯୁବକ। ଏପରି ଅଭିଯୋଗ ଜଗତସିଂହପୁର ଜିଲ୍ଲାରୁ ଆସିଛି। ଅଭିଯୋଗ ପାଇବା ପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ରୁ ସାଢ଼େ ୭ଟା ହେବ। ଏଏନ୍‌ଏମ୍‌ ଦିଦିଙ୍କଠାରୁ ଡାକରା ପାଇ ଆଶାଦିଦି ସାଇକେଲ୍‌ରେ ଯାଉଥିଲେ। ନୟାବଜାର ନିକଟରେ ହଠାତ୍‌ ତାଙ୍କ ସାଇକେଲ୍‌ […]

ଅଦ୍ୟତନ ହୋଇଛି
ସାଇକେଲ୍‌ରେ ଯାଉଥିଲେ ଆଶା ଦିଦି, ଟେକିନେଲେ ୪ ଯୁବକ!

Rrape Victim

Advertisment

ପାରାଦୀପ (ରମାକାନ୍ତ ନାୟକ): ସାଇକେଲ୍‌ରେ ଯାଉଥିଲେ ଆଶା ଦିଦି। ଅଧା ରାସ୍ତାରୁ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ୪ ଯୁବକ। ଏପରି ଅଭିଯୋଗ ଜଗତସିଂହପୁର ଜିଲ୍ଲାରୁ ଆସିଛି। ଅଭିଯୋଗ ପାଇବା ପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ରୁ ସାଢ଼େ ୭ଟା ହେବ। ଏଏନ୍‌ଏମ୍‌ ଦିଦିଙ୍କଠାରୁ ଡାକରା ପାଇ ଆଶାଦିଦି ସାଇକେଲ୍‌ରେ ଯାଉଥିଲେ। ନୟାବଜାର ନିକଟରେ ହଠାତ୍‌ ତାଙ୍କ ସାଇକେଲ୍‌ ଆଗରେ ଅଟକିଲା ଗୋଟିଏ ନାଲି ରଙ୍ଗର କାର୍‌। ଆଉ କାର୍‌ ଭିତରୁ ୪ ଜଣ ଯୁବକ ବାହାରି ଆଶାଦିଦିଙ୍କୁ ଜବରଦସ୍ତ ଉଠାଇ ନେଇଥିଲେ। ତାଙ୍କୁ ନେହେରୁ ବଙ୍ଗଳା ଅଞ୍ଚଳକୁ ନେଇ ଯାଇଥିଲେ ସେମାନେ। ସେଠାରେ ତାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ସେହି କାର୍‌ରେ ଆଣି ଲେଙ୍କା ମେଡିକାଲ୍‌ ନିକଟରେ ଫିଙ୍ଗି ଦେଇ ଚମ୍ପଟ ମାରିଥିଲେ ୪ ଅଭିଯୁକ୍ତ।

ରାତିରେ ପୀଡ଼ିତା ଏନେଇ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖିଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ୩ ଅଭିଯୁକ୍ତ ଫେରାର ରହିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ଅନ୍ୟପକ୍ଷରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି ପୁଲିସ। ଆଜି ମାଜିଷ୍ଟ୍ରଟ୍‌ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe