heat-stroke
ଭୁବନେଶ୍ୱର : ଗ୍ରୀଷ୍ମ ତାତିରେ ଜଳୁଛି ସାରା ଓଡ଼ିଶା । ଖାସ୍ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଚଳିତ ଋତୁରେ ପ୍ରଥମ ଥର ଲାଗି ପାରା ୪୫ ଡିଗ୍ରୀ ଟପିଛି। ଗତକାଲି ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ଥିଲା ୪୫ ଦଶମିକ ୪ ଡିଗ୍ରୀ ସେଲସିୟମ ଥିଲା। ସେହିଭଳି ୬ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘନ ଘନ ବିଜୁଳିକାଟ ଓ ପାଣି ସମସ୍ୟା ଲୋକଙ୍କ କଷ୍ଟ ବଢାଇ ଦେଇଛି । ଅନ୍ୟପକ୍ଷରେ ୩୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ମିଳିଛି । । ମେ‘ ୩୦ ପୂର୍ବରୁ ଏ ଖରାରୁ ନିସ୍ତାର ନାହିଁ । ଯାହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ରହିବ । ପୂର୍ବ-ମଧ୍ୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁ ଉତ୍ତର–ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଗରମ ପବନ ଓଡ଼ିଶା ଦେଇ ସମୁଦ୍ର ଭିତରକୁ ଯାଉଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୁତ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/heat-stroke-604x270.jpg)