Advertisment

୫ଟି ସ୍କୁଲ ବିଲ୍ ପାସ୍ କରିବାକୁ ଯନ୍ତ୍ରୀ ନେଉଥିଲେ ୬୫ ହଜାର ଟଙ୍କା, ଧରିଲା ଭିଜିଲାନ୍ସ

ବାରିପଦା(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ। ୫ଟି ସ୍କୁଲ କାମର ବିଲ୍ କରାଇଦେବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ସେ ୬୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଅରିକୂଳ ରାସ୍ତାରେ ଟଙ୍କା ନେଲା ବେଳେ ଧରାପଡ଼ିଛନ୍ତି। ବାରିପଦା ଭିଜିଲାନ୍ସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଆଶିଷଙ୍କ […]

ଅଦ୍ୟତନ ହୋଇଛି
୫ଟି ସ୍କୁଲ ବିଲ୍ ପାସ୍ କରିବାକୁ ଯନ୍ତ୍ରୀ ନେଉଥିଲେ ୬୫ ହଜାର ଟଙ୍କା, ଧରିଲା ଭିଜିଲାନ୍ସ

je

Advertisment

ବାରିପଦା(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ। ୫ଟି ସ୍କୁଲ କାମର ବିଲ୍ କରାଇଦେବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ସେ ୬୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଅରିକୂଳ ରାସ୍ତାରେ ଟଙ୍କା ନେଲା ବେଳେ ଧରାପଡ଼ିଛନ୍ତି। ବାରିପଦା ଭିଜିଲାନ୍ସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଛି।

Advertisment

ଅନ୍ୟପଟେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଆଶିଷଙ୍କ ଘର, ସରକାରୀ କ୍ୱାର୍ଟର୍ସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସୂଚନା ମୁତାବକ, ବିଲ୍ ପାସ୍‌ କରାଇ ଦେବାକୁ ଆଶିଷ ଲାଞ୍ଚ ମାଗିବା ପରେ ଠିକାଦାର ଜଣକ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସ ଏହି ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଆଜି ଆଶିଷ ଲାଞ୍ଚ ନେବା ପରେ ଭିଜିଲାନ୍ସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe