Advertisment

ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ। ଆଜି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶ୍ରୀ ବୈଷ୍ଣବ ଓଡ଼ିଶା କ୍ୟାଡ଼ରର ଆଇଏଏସ୍‌ ଅଫିସର ଥିଲେ। ପରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ। ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଶ୍ରୀ ବୈଷ୍ଣବ ୨୦୧୯ ମସିହାରେ ଓଡ଼ିଶାରୁ ବିଜେପି ଟିକେଟରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ବିଜେଡି ସମର୍ଥନ କରିଥିଲା। ୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ […]

ଅଦ୍ୟତନ ହୋଇଛି
ପୋଖତ୍ ବ୍ୟାଟସ୍‌ମ୍ୟାନ ବୈଷ୍ଣବ, ଦିଲ୍ଲୀ ଗ୍ରାଉଣ୍ଡରେ ଚର୍ଚ୍ଚା ଜୋର

Ashwini-Vaishnaw

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ। ଆଜି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶ୍ରୀ ବୈଷ୍ଣବ ଓଡ଼ିଶା କ୍ୟାଡ଼ରର ଆଇଏଏସ୍‌ ଅଫିସର ଥିଲେ। ପରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ।

Advertisment

୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଶ୍ରୀ ବୈଷ୍ଣବ ୨୦୧୯ ମସିହାରେ ଓଡ଼ିଶାରୁ ବିଜେପି ଟିକେଟରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ବିଜେଡି ସମର୍ଥନ କରିଥିଲା। ୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶ୍ରୀ ବୈଷ୍ଣବ ମଧ୍ୟ କାର୍ଯ୍ୟ କରିଥିଲେ।

ରାଜ୍ୟସଭା ସାଂସଦ ଶ୍ରୀ ବୈଷ୍ଣବ ୧୯୭୦ ମସିହାରେ ଯୋଧପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୯୨ ମସିହାରେ ରାଜସ୍ଥାନର ଜୟ ନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟରୁ ବିଏ ପାସ କରିଥିଲେ। ପରେ ସେ ଆଇଆଇଟି କାନ୍‌ପୁରରୁ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ୍‌ ଇଞ୍ଜିନିୟରିଂରେ ଗୋଲ୍‌ଡ ମେଡାଲ୍‌ ଓ ଏମ୍‌ଟେକ୍‌ ପାସ୍‌ କରିଥିଲେ। ୧୯୯୪ ମସିହାରେ ଆଇଏଏସ୍‌ ରାଙ୍କରେ ୨୭ ତମ ସ୍ଥାନ ହାସଲ କରିଥିଲେ। ୨୦୦୮ ମସିହାରେ ଚାକିରି ଛାଡ଼ି ଆମେରିକାର Wharton School of the University of Pennsylvania ରେ ଏମ୍‌ବିଏ ପାଠ ପଢ଼ିଥିଲେ।

Advertisment

ଶ୍ରୀ ବୈଷ୍ଣବ ଆଇଏଏସ୍‌ ଅଫିସର ଭାବେ ବାଲେଶ୍ୱର ଓ କଟକର ଜିଲ୍ଲାପାଳ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ପିଏମଓରେ ଉପସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଯେଉଁ ସମୟରେ ନିଆଯାଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସିଧାସଳଖ ରହିଥିଲା ତାଙ୍କର ସଂପୃକ୍ତି। ଏମିତିକି ବାଜପେୟୀ ପଦ ଛାଡିବା ପରେ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାମ କରିଥିଲେ ଅଶ୍ୱିନୀ। ତେବେ ପରେ ସେ ପ୍ରାଶାସନିକ ସେବାରୁ ଅବ୍ୟାହତି ନେଇ କର୍ପୋରେଟ କ୍ଷେତ୍ରରେ ଯୋଗ ଦେଇଥିଲେ। ଜି.ଏ. ଟ୍ରାନ୍ସପୋର୍ଟ ଓ ସିମେନ୍ସ ଭଳି କମ୍ପାନୀର ଉଚ୍ଚ ପଦବୀରେ ବେଶ୍ ଦକ୍ଷତାର ସହ ଦାୟିତ୍ୱ ସଂପାଦନ କରିଥିଲେ। ବ୍ୟୁରୋକ୍ରାଟରୁ ମନ୍ତ୍ରୀ ହୋଇଥିବା ଅଶ୍ୱିନୀଙ୍କଠାରୁ ଅନେକ କିଛି ଆଶା ରଖିଛି ଓଡ଼ିଶା।

ଶ୍ରୀ ବୈଷ୍ଣବଙ୍କ ବ୍ୟତୀତ ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡାକ୍ତର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ,  ପଶୁପତି ପାରସ, କିରନ୍ ରିଜିଜୁ, ରାଜକୁମାର ସିଂହ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe