ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଏସ୍ଆଇ ତୁମେ ଆମ ପ୍ରିୟ କୋଣାର୍କର ଏକି ଅବସ୍ଥା କଲ, କଳାକୃତି ସବୁ କୁଆଡ଼େ ଗଲା। ଏମିତି କେତେସବୁ ପ୍ରଶ୍ନ ସହ #Konark ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏଭଳି ପ୍ରଶ୍ନ ଉଠିଛି ଖୋଦ୍ ଆର୍କେଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ)ର ଏକ ଟ୍ୱିଟ୍କୁ ନେଇ। ଏଏସ୍ଆଇ ଲୁହାଭାର ଓହ୍ଲାଇବା ପରେ କୋଣାର୍କ କିଭଳି ଦେଖାଯାଉଛି ଦର୍ଶାଇ କିଛି ଫଟୋ ଟ୍ୱିଟ୍ କରିଥିଲେ। ଯେଉଁଥିରେ ନା ଅଛି ନର୍ତ୍ତକୀଙ୍କ ନୃତ୍ୟମୁଦ୍ରା ନା ବାରଶ’ ବଢ଼େଇଙ୍କ ନିହାଣର କାହାଣୀ କହୁଥିବା ଅନ୍ୟସବୁ ମୂର୍ତ୍ତି।
https://twitter.com/VishalDadlani/status/1226852836727640064?s=20
https://twitter.com/Drakshays/status/1226862363002863623?s=20
https://twitter.com/dianasahu_tnie/status/1226849078253801473?s=20
https://twitter.com/pattaprateek/status/1183271501409091584?s=20
ଏହା ପୂର୍ବରୁ କୋଣାର୍କର ୪ଟି ଫଟୋ ସହ ଏଏସ୍ଆଇ ଟ୍ୱିଟ୍ କରିଥିଲେ, “ଲୁହା ଭାର ବାହାର କରାଯିବା ପରେ କୋଣାର୍କ ସୂର୍ଯ୍ୟମନ୍ଦିରର ନୂଆ ଲୁକ୍।” ଏହା ପୂର୍ବରୁ ଶ୍ରୀମନ୍ଦିର ଚାରିପଟୁ ମଠ ସବୁ ଉଚ୍ଛେଦ କରାଯିବା ପରେ ‘ନୂଆ ଲୁକ୍’ ନେଇ କିଛି ଫଟୋ ଆସିଥିଲା। ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ କିଛି ମଠ ମାଟିରେ ମିଶିବା ପରେ ଏପରି ନୂଆ ଲୁକ୍କୁ ନେଇ ପ୍ରବଳ ବିରୋଧ ଆସିଥିଲା। ଏପରିକି ସେହି ସ୍ଥାନରେ ଜୋତା ଷ୍ଟାଣ୍ଡ ଭଳି ବ୍ୟବସାୟିକ ପ୍ରତିଷ୍ଠାନ କରାଯିବାକୁ ନେଇ ରାଜ୍ୟ ସରକାର ସମାଲୋଚନାର ଶରବ୍ୟ ହୋଇଥିଲେ। ଏବେ ଏଏସ୍ଆଇ କୋଣାର୍କକୁ ନେଇ ବିବାଦକୁ ଆସିଛି।
https://twitter.com/AbhijitChavda/status/1226851946729852928?s=20
ବିଭିନ୍ନ ଲୋକଙ୍କ ମଧ୍ୟରେ ସଂଗୀତ ନିର୍ଦ୍ଦେଶକ ବିଶାଲ ଦଦ୍ଲାନୀ କହିଛନ୍ତି, ଏହା ଭାରତର ହିନ୍ଦୁ ଐତିହ୍ୟର ଅନ୍ୟତମ ଅଂଶ। କିଏ କହିଲା ତୁମ ଇଛାରେ ସବୁ ହଟେଇ ଦେବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୱିଟ୍ କରି ଏହି ଘଟଣା ବାବଦରେ କଡ଼ା ସମାଲୋଚନା କରିଛନ୍ତି।
https://twitter.com/gauravsabnis/status/1226839309002641408?s=20
https://twitter.com/pattaprateek/status/1226854806238531584?s=20