Advertisment

୨୨ ଦିନ ପରେ ଏଏସ୍ଆଇ ନିଦ ଭାଙ୍ଗିଲା, ଚାପରେ ପଡ଼ି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଦେଖିଲା

ପୁରୀ(ଓଡ଼ିଶା ରିପୋର୍ଟର): ୨୨ ଦିନ ପରେ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ)ର ନିଦ ଭାଙ୍ଗିଛି। ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କଣ ଚାଲିଛି ତାହାକୁ ଯାଞ୍ଚ କରିଛି। ହାଇକୋର୍ଟଙ୍କ ଛାଟ ପଡ଼ିବା ଭୟରେ ଏଏସ୍ଆଇ ଅଧିକାରୀମାନେ ବାଧ୍ୟବାଧ୍ୟକତା ଭିତରେ ଏହି ଯାଞ୍ଚ କରିଥିବା ପରିଲକ୍ଷିତ ହୋଇଛି। ଆଗରୁ ଏହି ପ୍ରକଳ୍ପ ନିର୍ମାଣ କାମ ବେଆଇନ ବୋଲି ଚିଠି ଲେଖି ଏଏସ୍ଆଇ କର୍ତ୍ତୃପକ୍ଷ ବସି ଯାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ତେବେ ଦେଖିବାର କଥା ଏହି ପ୍ରକଳ୍ପ […]

୨୨ ଦିନ ପରେ ଏଏସ୍ଆଇ ନିଦ ଭାଙ୍ଗିଲା, ଚାପରେ ପଡ଼ି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଦେଖିଲା

ASI-SREE-MAndir

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ୨୨ ଦିନ ପରେ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ)ର ନିଦ ଭାଙ୍ଗିଛି। ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କଣ ଚାଲିଛି ତାହାକୁ ଯାଞ୍ଚ କରିଛି। ହାଇକୋର୍ଟଙ୍କ ଛାଟ ପଡ଼ିବା ଭୟରେ ଏଏସ୍ଆଇ ଅଧିକାରୀମାନେ ବାଧ୍ୟବାଧ୍ୟକତା ଭିତରେ ଏହି ଯାଞ୍ଚ କରିଥିବା ପରିଲକ୍ଷିତ ହୋଇଛି। ଆଗରୁ ଏହି ପ୍ରକଳ୍ପ ନିର୍ମାଣ କାମ ବେଆଇନ ବୋଲି ଚିଠି ଲେଖି ଏଏସ୍ଆଇ କର୍ତ୍ତୃପକ୍ଷ ବସି ଯାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ତେବେ ଦେଖିବାର କଥା ଏହି ପ୍ରକଳ୍ପ ନେଇ ଆସନ୍ତା ୯ ତାରିଖ ହାଇକୋର୍ଟରେ ରହିଥିବା ଶୁଣାଣିରେ ଏଏସ୍ଆଇ ନିଜ ସତ୍ୟପାଠରେ କ’ଣ ଉପସ୍ଥାପିତ କରୁଛି।

Advertisment

ଏହି ଟିମରେ ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ଥିଲେ। ସେମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ପିଲାର ଓ ବିମ୍ ନିର୍ମାଣ ନିମନ୍ତେ କେତେ ଗଭୀର ଖୋଳାଯାଇଛି, କେତେ ମୋଟାର ପିଲାର କରାଯାଇଛି ଓ କ’ଣ କ’ଣ ନିର୍ମାଣ କାର୍ଯ୍ୟ ହୋଇଛି ତଦାରଖ କରିଥିଲେ।

ପ୍ରଶାସନିକ ଓ ଏଏସ୍ଆଇ ଯୁଗ୍ମ କମିଟି ଯାଞ୍ଚରେ ଯିବାକୁ ନିର୍ଦ୍ଦେଶ ଥିବାରୁ ଏଏସ୍ଆଇ ଟିମ୍ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଓବିସିସି ଓ ଟାଟା ପ୍ରୋଜେକ୍ଟର ଅଧିକାରୀମାନେ ସାମିଲ ହୋଇଥିଲେ। ଟିମ୍ ପ୍ରଥମେ ଉତ୍ତରଦ୍ୱାରରେ ଖନନ ସ୍ଥାନ ଅନୁଧ୍ୟାନ ପରେ ପଶ୍ଚିମଦ୍ୱାରରେ ଇନଫରମେଶନ କିଓସ୍କ, ସେଲଟର ପାଭିଲିଆନ, କ୍ଳୋକ ରୁମ, ଇଲେକ୍ଟ୍ରିକାଲ ରୁମ, ପୁରୁଷ ଓ ମହିଳା ଟଏଲେଟ ଦେଖିଥିଲେ। ପରେ ମେଘନାଦ ପାଚେରୀ ଠାରୁ ୫୫ମିଟର ଦୂରରେ ହେଉଥିବା ଦ୍ୱିତୀୟ ପାଚେରୀର ଖନନ ଓ ପିଲାର କାମକୁ ଅନୁଧ୍ୟାନ କରିଥିଲେ। ସେଠାରୁ ଦକ୍ଷିଣଦ୍ୱାର ଓ ଏମାର ମଠ ନିକଟକୁ ଯାଇ ଖନନ ଓ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ପରେ ଏହି ଟିମ୍ ଜିଲ୍ଲାପାଳଙ୍କ ସହ ନୀଳାଦ୍ରି ଭକ୍ତ ନିବାସରେ ଆଲୋଚନା କରିଥିଲେ। ତେବେ ଏନେଇ ଜିଲ୍ଲାପାଳ କୌଣସି ଉତ୍ତର ଦେଇନାହାନ୍ତି। ଏଏସ୍ଆଇ ଟିମ୍ ପକ୍ଷରୁ ଶ୍ରୀ ଖମାରୀ କହିଛି, ପ୍ରକଳ୍ପ କାମରେ ନିୟମ ଉଲ୍ଲଂଘନ ହୋଇଛି ନା ନାହିଁ ତାହା କୋର୍ଟଙ୍କୁ ଜଣାଇବୁ। ୭ ତାରିଖ ପୂର୍ବରୁ ସତ୍ୟପାଠ ଦାଖଲ ସମୟ ରହିଛି।

Advertisment

ସୂଚନଯୋଗ୍ୟ, ଏହି ପ୍ରକଳ୍ପ କାର୍ଯ୍ୟ ନେଇ ଗତମାସ ୮ ତାରିଖରେ ଶୁଣାଣି ହୋଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ଗତମାସ ୨୧ ତାରିଖ ସୁଦ୍ଧା ଏଏସ୍ଆଇକୁ ସତ୍ୟପାଠ ଦାଖଲ ନିମନ୍ତେ କହିଥିଲେ। ହେଲେ ଏଏସ୍ଆଇ ଏହି ଦିନ ଶୁଣାଣି ବେଳେ ସତ୍ୟପାଠ ଦାଖଲ ନିମନ୍ତେ ସମୟ ମାଗିଥିଲା। ପରେ ହାଇକୋର୍ଟ ମାମଲାର ଶୁଣାଣି ଚଳିତ ମାସ ୧୬ ତାରିଖକୁ ଧାର୍ଯ୍ୟ କରିଥିଲେ। ହେଲେ ପ୍ରକଳ୍ପ ନିର୍ମାଣ ନେଇ ଆବେଦନକାରୀ ଶୀଘ୍ର ଶୁଣାଣି କରିବାକୁ  କୋର୍ଟଙ୍କୁ ନିବେଦନ କରିବାରୁ ଚଳିତ ମାସ ୯ ତାରିଖରେ ଏହାର ଶୁଣାଣି ହେବାକୁ ସମୟ ଧାର୍ଯ୍ୟ ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଏସ୍ଆଇ ନିଦ ଭାଙ୍ଗିଛି। ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପ୍ରକଳ୍ପ କାମ କରୁଥିବା ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ଏଏସଆଇ ଟିମ୍ ଅନୁଧ୍ୟାନ ଶେଷ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe