Advertisment

ଅସିତ୍ ତ୍ରିପାଠୀ ହେଲେ ଉନ୍ନୟନ କମିଶନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇଏଏସ୍‌ ଅଫିସର ଅସିତ୍ ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ଉନ୍ନୟନ କମିଶନର ଆର୍‌.ବାଲକ୍ରିଷ୍ଣନ୍ ଓ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ସଂଗ୍ରାମ କିଶୋର ମିଶ୍ର ଆଜି ସରକାରୀ ଚାକିରିରୁ ଅବସର ନେବାପରେ ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଏହି ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ, ୧୯୮୫ […]

author-image
Amaresh Biswal
ଅସିତ୍ ତ୍ରିପାଠୀ ହେଲେ ଉନ୍ନୟନ କମିଶନର

asit

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇଏଏସ୍‌ ଅଫିସର ଅସିତ୍ ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ।

Advertisment

ଉନ୍ନୟନ କମିଶନର ଆର୍‌.ବାଲକ୍ରିଷ୍ଣନ୍ ଓ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ସଂଗ୍ରାମ କିଶୋର ମିଶ୍ର ଆଜି ସରକାରୀ ଚାକିରିରୁ ଅବସର ନେବାପରେ ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଏହି ଅଦଳବଦଳ କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ, ୧୯୮୫ ବ୍ୟାଚ୍ ଆଇଏଏସ୍‌ ଗଗନ କୁମାର ଧଳଙ୍କୁ ପଛରେ ପକାଇ ୧୯୮୬ ବ୍ୟାଚର ଶ୍ରୀ ତ୍ରିପାଠୀ ରାଜ୍ୟର ନୂଆ ଉନ୍ନୟନ କମିଶନର ହୋଇଛନ୍ତି। ଶ୍ରୀ ତ୍ରିପାଠୀ ପୂର୍ବଭଳି ଗୃହ ବିଭାଗ ଦାୟିତ୍ୱରେ ରହିବେ। ସେ ୨୦୧୫ ଏପ୍ରିଲ ୨୨ ତାରିଖରୁ ଗୃହ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ସେହିପରି ସଂଗ୍ରାମ ମିଶ୍ରଙ୍କ ଅବସର ପରେ ଖାଲି ପଡ଼ିଥିବା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦବୀରେ ସମବାୟ ସଚିବ ରଞ୍ଜନା ଚୋପ୍ରା ଅତିରିକ୍ତ ଦାୟିତ୍ୱ ଭାବେ କାର୍ଯ୍ୟ କରିବେ। ଏହା ବ୍ୟତୀତ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅତିରିକ୍ତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।ଉଲ୍ଲେଖ ଯୋଗ୍ୟ ଉନ୍ନୟନ କମିଶନରଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥାଏ।