Advertisment

ରାଜନୀତିରେ ଡେବ୍ୟୁ କରିବେ କି ଅସିତ!

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ସାଧାରଣତଃ ଦଳୀୟ ପଦାଧିକାରୀଙ୍କୁ ଥଇଥାନ୍‌ କରାଯାଇଥାଏ। ମାତ୍ର ଏଥର ସମସ୍ତଙ୍କୁ ଚକିତ କରି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବାକୁ ଯାଉଥିବା ଅସିତ ତ୍ରିପାଠୀଙ୍କୁ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବଲାଙ୍ଗିର ରାଜନୀତିରେ ରାଜ ପରିବାର ସଦସ୍ୟଙ୍କ ଦବ୍‌ଦବା ଥିବା ବେଳେ ଅସିତଙ୍କ ଏହି ନିଯୁକ୍ତିକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଆଉ ଆଲୋଚନା ହେଉଛି ବଲାଙ୍ଗିର ରାଜନୀତିକୁ ଲମ୍ଫ […]

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

asit

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ସାଧାରଣତଃ ଦଳୀୟ ପଦାଧିକାରୀଙ୍କୁ ଥଇଥାନ୍‌ କରାଯାଇଥାଏ। ମାତ୍ର ଏଥର ସମସ୍ତଙ୍କୁ ଚକିତ କରି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବାକୁ ଯାଉଥିବା ଅସିତ ତ୍ରିପାଠୀଙ୍କୁ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବଲାଙ୍ଗିର ରାଜନୀତିରେ ରାଜ ପରିବାର ସଦସ୍ୟଙ୍କ ଦବ୍‌ଦବା ଥିବା ବେଳେ ଅସିତଙ୍କ ଏହି ନିଯୁକ୍ତିକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଆଉ ଆଲୋଚନା ହେଉଛି ବଲାଙ୍ଗିର ରାଜନୀତିକୁ ଲମ୍ଫ ମାରିବେ କି ଅସିତ ତ୍ରିପାଠୀ?

Advertisment

୨୦୧୯ ନିର୍ବାଚନ ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଅନଙ୍ଗ ଉଦୟ ସିଂଦେଓ ଓ ପୁଅ କଳିକେଶଙ୍କ ଦବ୍ଦବା ରହି ଆସିଥିଲା। ହେଲେ ନିର୍ବାଚନରେ ଏମାନେ ଫେଲ୍‌ ମାରିବା ପରେ ଜିଲ୍ଲାରେ ବିଜେଡି ରାଜନୀତିର ବିକେନ୍ଦ୍ରୀକରଣ ହୋଇଛି। ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ସଭାପତି କରାଯାଇଥିବା ବେଳେ ଜିଲ୍ଲାର ସଂଗଠନ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂ ରହିଛନ୍ତି। ଅନ୍ୟପକ୍ଷରେ ଅସିତଙ୍କ ଘର ବଲାଙ୍ଗିର ଜିଲ୍ଲାରେ ହୋଇଥିବାରୁ ଆଗାମୀ ଦିନରେ ସେ ବିଜେଡି ରାଜନୀତିରେ ସକ୍ରିୟ ହୋଇପାରନ୍ତି ବୋଲି କୁହାଯାଉଛି। ବଲାଙ୍ଗିର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିକୁ ଚେକ ଦେବା ଲାଗି ବିଜେଡି ଅସିତଙ୍କୁ ନୂଆ ଚେହେରା କରିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ କଳିକେଶ କିନ୍ତୁ ରାଜନୀତିରେ ଏଣ୍ଟ୍ରି ପ୍ରସଙ୍ଗରେ ଓଲଟା ଅସିତଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି।

ଏଣେ ୩୪ ବର୍ଷର ପ୍ରାଶାସନିକ ଅଭିଜ୍ଞତା ରଖିଥିବା ଅସିତ WODCର ଅଧ୍ୟକ୍ଷ ଭାବେ ନିଯୁକ୍ତି ହେବା ପରେ ନୂଆ ଆଶା ଦେଖୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। WODCର ପ୍ରଥମ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ନରସିଂହ ମିଶ୍ର ଅସିତଙ୍କ ନିଯୁକ୍ତି ପରେ କୋମାରେ ଥିବା  WODC କାର୍ଯ୍ୟକ୍ଷମ ହେବ ଓ ଏହାର ଲକ୍ଷ୍ୟ ହାସଲ କରିବା ନେଇ ଆଶା ପ୍ରକାଶ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe