Advertisment

ଚୋରି ହୋଇଥିବା ୬ କିଲୋ ରୁପା ଜବତ, ୫ ଗିରଫ

ଆସିକା (ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୁଲିସକୁ ଆଜି ମିଳିଛି ବଡ଼ ସଫଳତା। ଚୋରି ହୋଇଥିବା ରୁପା ଜବତ କରିଛି ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଗତ ମାସ ୧୬ ତାରିଖରେ ଇଲାକାର ପଥରା ଗାଁ ନିକଟରୁ ଜଣେ ରୁପା ବ୍ୟବସାୟୀଙ୍କଠାରୁ ବଡ଼ ଧରଣର ଲୁଟ୍‌ ହୋଇଥିଲା। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କଠାରୁ ଟଙ୍କା, ଗାଡି ଓ ରୁପା ଲୁଟ୍‌ କରିନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଚୋରି ହୋଇଥିବା ୬ କିଲୋ ରୁପା ଜବତ, ୫ ଗିରଫ  

ornaments

ଆସିକା (ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୁଲିସକୁ ଆଜି ମିଳିଛି ବଡ଼ ସଫଳତା। ଚୋରି ହୋଇଥିବା ରୁପା ଜବତ କରିଛି ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି।

Advertisment

ଗତ ମାସ ୧୬ ତାରିଖରେ ଇଲାକାର ପଥରା ଗାଁ ନିକଟରୁ ଜଣେ ରୁପା ବ୍ୟବସାୟୀଙ୍କଠାରୁ ବଡ଼ ଧରଣର ଲୁଟ୍‌ ହୋଇଥିଲା। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କଠାରୁ ଟଙ୍କା, ଗାଡି ଓ ରୁପା ଲୁଟ୍‌ କରିନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ମାତ୍ର ଅଭିଯୁକ୍ତଙ୍କୁ ଧରିପାରି ନଥିଲା।

ଆଜି କବିସୂର୍ଯ୍ୟନଗର ଥାନା ପୁଲିସ ୫ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ସେମାନଙ୍କ ପାଖରୁ ୬ କିଲୋରୁ ଅଧିକ ରୁପା, ଗୋଟିଏ ମାଉଜର, ତିନି ରାଉଣ୍ଡ ଗୁଳି ଓ ଦୁଇଟି ମୋଟରସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ପୁରୁଷୋତ୍ତମପୁର ଏସଡିପିଓ ଅଶ୍ଵିନୀ ସାହୁ କହିଛନ୍ତି।

Advertisment