Advertisment

ଅଭିଜିତ୍ ପ୍ରସଙ୍ଗ: ୨୮ରେ ଗୃହ କମିଟିର ପରବର୍ତ୍ତୀ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କ ଦ୍ୱାରା ବିଧାୟକମାନଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଅଭିଯୋଗ ଉପରେ ଅନୁଧ୍ୟାନ କରିବା ପାଇଁ ଆଜି ଅପରାହ୍ନରେ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଭିଜିତଙ୍କ ମନ୍ତବ୍ୟ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ଅଭିଜିତ୍ ଆୟର ମିତ୍ର ବାସ୍ତବରେ କ’ଣ କହିଛନ୍ତି ସେ […]

ଅଦ୍ୟତନ ହୋଇଛି
ଅଭିଜିତ୍ ପ୍ରସଙ୍ଗ: ୨୮ରେ ଗୃହ କମିଟିର ପରବର୍ତ୍ତୀ ବୈଠକ

10

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କ ଦ୍ୱାରା ବିଧାୟକମାନଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଅଭିଯୋଗ ଉପରେ ଅନୁଧ୍ୟାନ କରିବା ପାଇଁ ଆଜି ଅପରାହ୍ନରେ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।

Advertisment

ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଭିଜିତଙ୍କ ମନ୍ତବ୍ୟ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ଅଭିଜିତ୍ ଆୟର ମିତ୍ର ବାସ୍ତବରେ କ’ଣ କହିଛନ୍ତି ସେ ନେଇ ପକ୍ଷ ରଖିବାକୁ ଦୈନିକ ‘ପ୍ରମେୟ’ର ସମ୍ପାଦକ, ନ୍ୟୁଜ-୭ର ସମ୍ପାଦକ, ପୁଲିସ ଡିଜିପି ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକଙ୍କୁ ସମନ୍ସ ଜାରି କରାଯାଇଛି।

ଅଭିଜିତଙ୍କ ମନ୍ତବ୍ୟ ବାସ୍ତବରେ ସ୍ୱାଧିକାର ଭଙ୍ଗ କରୁଛି କି ନାହିଁ ତାହା ଯାଞ୍ଚ କରାଯିବ। ଗୃହ କମିଟିର ପରବର୍ତ୍ତୀ ବୈଠକ ୨୮ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ। ଡକା ଯାଇଥିବା ବ୍ୟକ୍ତିବିଶେଷ ନିଜ ନିଜର ପକ୍ଷ ରଖିବା ପରେ ଗୃହ କମିଟି ତା’ର ପରବର୍ତ୍ତୀ ନିଷ୍ପତ୍ତି ନେବ।

Advertisment

କମିଟିର ଅନ୍ୟ ଜଣେ ସଦସ୍ୟ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ଗୃହ କମିଟି ଆଗରେ ହାଜର ହେବା ପାଇଁ ଅଭିଜିତଙ୍କୁ ନୋଟିସ୍ ଜାରି କରାଯିବ।

ସୂଚନାଯୋଗ୍ୟ କମିଟିରେ ଦେବୀପ୍ରସାଦ ମିଶ୍ର, କନକବର୍ଦ୍ଧନ ସିଂହଦେଓ, ଅରୁଣ ସାହୁ, ପ୍ରମିଳା ମଲ୍ଲିକ ଓ ସଞ୍ଜୟ ଦାସବର୍ମା ସଦସ୍ୟ ଅଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe