Advertisment

ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ବିଧାନସଭା କର୍ମଚାରୀ, ୩୦ରେ ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗତକାଲି ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଛନ୍ତି। ସେଥିପାଇଁ ୩୦ ତାରିଖରେ ଲୋକସଭା ଭବନରେ ବିଧାନସଭା ବସିବ ଓ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲି ରାତିରେ ଆମେ ଜାଣିବାକୁ ପାଇଲୁ ଯେ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି। ତେଣୁ […]

ଅଦ୍ୟତନ ହୋଇଛି
ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

Odisha Assembly

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗତକାଲି ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଛନ୍ତି। ସେଥିପାଇଁ ୩୦ ତାରିଖରେ ଲୋକସଭା ଭବନରେ ବିଧାନସଭା ବସିବ ଓ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଗତକାଲି ରାତିରେ ଆମେ ଜାଣିବାକୁ ପାଇଲୁ ଯେ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଛି। ତା’ସହିତ ବିଧାନସଭା କୋଠାକୁ ଡିସ୍‌ଇନ୍‌ଫେକ୍ସନ୍‌ କରିବା ମଧ୍ୟ ଆବଶ୍ୟକ ହୋଇପଡ଼ିଛି।

ବାଚସ୍ପତି ଆହୁରି କହିଛନ୍ତି ଯେ ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ବିଧାନସଭା ବସିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ। ତେଣୁ ସବୁ ଦଳର ନେତାଙ୍କୁ ସେମାନଙ୍କର ୩୦ ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବାକୁ କୁହାଯାଇଛି। ସେହିଭଳି ବିଧାୟକମାନଙ୍କୁ ନଅଟକାଇବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜଣାଇ ଦେଇଛୁ।

Advertisment

ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ଓଡ଼ିଶାରେ କରୋନାରେ ଆକ୍ରାନ୍ତ ହୋଇଥିବା ତୃତୀୟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର। ତାଙ୍କ ବୟସ ୬୦ ବର୍ଷ। ସେ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରୁ ହରିଆଣାର ରିୱାଡ଼ା ଯାଇ ୧୦ ତାରିଖରେ ଭୁବନେଶ୍ୱର ଫେରିଥିଲେ। ଇଣ୍ଡିଗୋ ବିମାନ 6E 2014 ବିମାନରେ ସେ ଫେରିଥିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଓ ଝିଅ ଥିଲେ।  ମାର୍ଚ୍ଚ ୧୩ରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ମାର୍ଚ୍ଚ ୧୬ରେ ବିଧାନସଭା ଡିସ୍ପେନ୍‌ସାରୀକୁ ଚିକିତ୍ସା ପାଇଁ ଯାଇଥିଲେ। ଏହା ପରେ୨୧ରେ କର କ୍ଲିନିକ ଯାଇ ୨୩ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨୪ରେ ସେଠାରୁ ଡିସାର୍ଚଜ୍ ହେବା ପରେ ୨୫ରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ଯାଇଥିଲେ। ସେଦିନ ତାଙ୍କୁ ସେଠାରେ ଆଡ୍‌ମିଟ୍ କରାଯାଇଥିଲା। ତା’ପରେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଗତକାଲି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

ଶ୍ରୀ ବାଗ୍‌ଚୀ ଆହୁରି କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତା’ସହିତ କର କ୍ଲିନିକ ଓ ବିମାନରେ ସେଦିନ ଥିବା ସମସ୍ତ ଲୋକ ୧୦୪କୁ ଫୋନ୍ କରି କ୍ୱାରେଣ୍ଟାଇନରେ ରହନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe