ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇଞ୍ଜିନିୟର୍ସ ଡେ’ରେ ଜଣେ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କରାଯାଇଛି! ଏପରି ଅଭିଯୋଗ ସିଲ୍ଭରସିଟି ରାଉରକେଲାରୁ ଆସିଛି। ଆଜି ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା Ferro Scarf ନିଗମ ଲିମିଟେଡ୍ କମ୍ପାନୀର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକ ଲୁହା ରଡ୍ରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି।
ଚେନ୍ନାଇର ଜି ଗଣେଶ କୁମାର FSNLରେ ମେଣ୍ଟେନାନ୍ସ ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଆଜି ଦିନ ୩ଟା ବେଳେ ଫ୍ୟାକ୍ଟ୍ରିକୁ ଯାଇଥିଲେ। ଏହି ସମୟରେ ଅନିଲ ଲୋହାର ନାମକ ଜଣେ ଶ୍ରମିକ ତାଙ୍କୁ ଏକ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଭିଯୋଗରୁ ପ୍ରକାଶ, କାମରେ ଅନିଲଙ୍କୁ ଗଣେଶ କୁମାର ହଇରାଣ କରୁଥିଲେ। ଯେଉଁଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଗଣେଶଙ୍କୁ ଅନିଲ୍ ପିଟି ମାରିଥିବା ଅଭିଯୋଗ ହୋଇଛି।
ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅନିଲଙ୍କୁ ଗିରଫ କରି ପଚରା ଉଚୁରା କରୁଛି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।