Advertisment

ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେଲେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇଞ୍ଜିନିୟର୍ସ ଡେ’ରେ ଜଣେ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କରାଯାଇଛି! ଏପରି ଅଭିଯୋଗ ସିଲ୍‌ଭରସିଟି ରାଉରକେଲାରୁ ଆସିଛି। ଆଜି ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା Ferro Scarf ନିଗମ ଲିମିଟେଡ୍‌ କମ୍ପାନୀର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକ ଲୁହା ରଡ୍‌ରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଚେନ୍ନାଇର ଜି ଗଣେଶ କୁମାର FSNLରେ ମେଣ୍ଟେନାନ୍ସ ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଆଜି ଦିନ ୩ଟା ବେଳେ ଫ୍ୟାକ୍ଟ୍ରିକୁ […]

ଅଦ୍ୟତନ ହୋଇଛି
ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେଲେ

rkl

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇଞ୍ଜିନିୟର୍ସ ଡେ’ରେ ଜଣେ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କରାଯାଇଛି! ଏପରି ଅଭିଯୋଗ ସିଲ୍‌ଭରସିଟି ରାଉରକେଲାରୁ ଆସିଛି। ଆଜି ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା Ferro Scarf ନିଗମ ଲିମିଟେଡ୍‌ କମ୍ପାନୀର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକ ଲୁହା ରଡ୍‌ରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି।

Advertisment

ଚେନ୍ନାଇର ଜି ଗଣେଶ କୁମାର FSNLରେ ମେଣ୍ଟେନାନ୍ସ ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଆଜି ଦିନ ୩ଟା ବେଳେ ଫ୍ୟାକ୍ଟ୍ରିକୁ ଯାଇଥିଲେ। ଏହି ସମୟରେ ଅନିଲ ଲୋହାର ନାମକ ଜଣେ ଶ୍ରମିକ ତାଙ୍କୁ ଏକ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର  ଆହତ ହୋଇଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଭିଯୋଗରୁ ପ୍ରକାଶ, କାମରେ ଅନିଲଙ୍କୁ ଗଣେଶ କୁମାର ହଇରାଣ କରୁଥିଲେ। ଯେଉଁଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗଣେଶଙ୍କୁ ଅନିଲ୍‌ ପିଟି ମାରିଥିବା ଅଭିଯୋଗ ହୋଇଛି।

Advertisment

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅନିଲଙ୍କୁ ଗିରଫ କରି ପଚରା ଉଚୁରା କରୁଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe