/odisha-reporter/media/media_files/2026/02/07/smbl-2026-02-07-14-09-06.jpg)
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ୍ବିଏ ବିଭାଗର ଜଣେ ଆସିଷ୍ଟାଣ୍ଟ ପ୍ରଫେସର୍ଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଅଧ୍ୟାପକ ହେଲେ ଡ଼. ସରୋଜ କୁମାର ସାହୁ। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ସୁପାରିସ ଆଧାରରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ତେବେ ନିଲମ୍ବନର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟତା ଦେଇନାହାନ୍ତି। ଅନ୍ୟପକ୍ଷରେ, ICCର ତଦନ୍ତ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି କୁହାଯାଇଛି।
ନିଲମ୍ବନ ଅବଧି ମଧ୍ୟରେ ସମ୍ପୃକ୍ତ ଅଧ୍ୟାପକ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ କିମ୍ବା ଶିକ୍ଷାଦାନ କରିପାରିବେ ନାହିଁ। ସେହିପରି ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅନିବାର୍ଯ୍ୟ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଏହି ଆଦେଶ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୁଳ ସଚିବ (ରେଜିଷ୍ଟ୍ରାର୍) ଜାରି କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଏମ୍ବିଏ ବିଭାଗରେ ସଂପୃକ୍ତ ଅଧ୍ୟାପକଙ୍କ ଅଧୀନରେ ପିଏଚ୍ଡି କରୁଥିବା ଜଣେ MBA ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିବା ନେଇ ICC ନିକଟରେ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
