Advertisment

୨୨ରେ ଶ୍ରୀକ୍ଷେତ୍ର ଆସିବେ ଆମିକସ୍‌ କ୍ୟୁରୀ, ତା’ପୂର୍ବରୁ ଆସିଲେ ତାଙ୍କ ସହଯୋଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ପୂର୍ବରୁ ଆସନ୍ତା ୨୨ ତାରିଖରେ ପୁରୀ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂଆ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର। ତେବେ ତାହା ପୂର୍ବରୁ ଆମିକସ୍‌ କ୍ୟୁରୀଙ୍କୁ ମାମଲାର ସମସ୍ତ ଦିଗ ସମ୍ପର୍କରେ ଜଣାଇବା ପାଇଁ ପୁରୀ ଆସିଛନ୍ତି ତାଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ। ପ୍ରିୟା ଆଜି ଶ୍ରୀମନ୍ଦିର ଭିତର ବେଢା, ଆନନ୍ଦ ବଜାର, ସିଂହଦ୍ୱାର ସମ୍ମୁଖ ଆଦି ସ୍ଥାନ ବୁଲି ଦେଖିବା ସହ ଶ୍ରୀମନ୍ଦିରର ଐତିହ୍ୟ, ପରମ୍ପରା, ନୀତିକାନ୍ତି, […]

୨୨ରେ ଶ୍ରୀକ୍ଷେତ୍ର ଆସିବେ ଆମିକସ୍‌ କ୍ୟୁରୀ, ତା’ପୂର୍ବରୁ ଆସିଲେ ତାଙ୍କ ସହଯୋଗୀ

amikasquari

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ପୂର୍ବରୁ ଆସନ୍ତା ୨୨ ତାରିଖରେ ପୁରୀ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂଆ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର। ତେବେ ତାହା ପୂର୍ବରୁ ଆମିକସ୍‌ କ୍ୟୁରୀଙ୍କୁ ମାମଲାର ସମସ୍ତ ଦିଗ ସମ୍ପର୍କରେ ଜଣାଇବା ପାଇଁ ପୁରୀ ଆସିଛନ୍ତି ତାଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ।
ପ୍ରିୟା ଆଜି ଶ୍ରୀମନ୍ଦିର ଭିତର ବେଢା, ଆନନ୍ଦ ବଜାର, ସିଂହଦ୍ୱାର ସମ୍ମୁଖ ଆଦି ସ୍ଥାନ ବୁଲି ଦେଖିବା ସହ ଶ୍ରୀମନ୍ଦିରର ଐତିହ୍ୟ, ପରମ୍ପରା, ନୀତିକାନ୍ତି, ସେବାପୂଜା ଓ ଯାନିଯାତ୍ରା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ପରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ବିଭିନ୍ନ ନିଯୋଗ ପ୍ରତିନିଧିଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ବିଗତ ବର୍ଷରେ ହୋଇଥିବା ନୀତି ବିଭ୍ରାଟ, ଅକ୍ଟୋବର ୩ ତାରିଖରେ ସଂଘଟିତ ହିଂସା, ଡିସେମ୍ବର ୨୮ ତାରିଖରେ ମହାପ୍ରଭୁ ୧୪ ଘଣ୍ଟା ଉପାସ ରହିବା ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ଆମିକସ୍‌ କ୍ୟୁରୀଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ।

Advertisment

ଏପଟେ ଆମିକସ୍‌ କ୍ୟୁରୀ ସହଯୋଗୀଙ୍କ ସହ ହୋଇଥିବା ରୁଦ୍ଧଦ୍ୱାର ବୈଠକରେ ନିଜର ପୁରୁଣା ଦାବି ଓ ସମସ୍ୟା ଉପସ୍ଥାପନ କରିଥିଲେ ସୁପ୍ରିମକୋର୍ଟରେ ପକ୍ଷଭୁକ୍ତ ହୋଇଥିବା ନିଯୋଗର ପ୍ରତିନିଧି ଏବଂ କିଛି ପରିଚାଳନା କମିଟି ସଦସ୍ୟ। ବିଶେଷ କରି ଭକ୍ତଙ୍କଠାରୁ ଦାନ ଓ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଆଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବ ଉପରେ ଏଯାଏ ନିଯୋଗର ଅସହମତି ରହିଥିବାରୁ ଏହାକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି।

ଶ୍ରୀମନ୍ଦିରରେ ସଂସ୍କାର ଲାଗି ପୂର୍ବରୁ ୧୨ ସୂତ୍ରୀ ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିୟମ ପାଳନରେ ଅସୁବିଧା କେଉଁଠି ରହୁଛି, ତାହା ଜାଣିବାକୁ ଗତବର୍ଷ ସେପ୍ଟେମ୍ବରରେ ପୁରୀ ଆସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଥିଲେ ପୂର୍ବ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ହେଲେ ସେ ହଠାତ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ନେବାରୁ ସୁପ୍ରିମକୋର୍ଟ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତି ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe