Advertisment

ବିଲ୍ କରାଇବାକୁ ଲାଞ୍ଚ ନେଉଥିଲେ ପ୍ରୋଗ୍ରାମିଂ ଅଫିସର, ମାଡ଼ି ବସିଲା ଭିଜିଲାନ୍ସ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଏକ ପୋଖରୀ ମରାମତି କାମର ବିଲ୍ କରାଇ ଦେବାକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଆସିଷ୍ଟାଣ୍ଡ ପ୍ରୋଗ୍ରାମିଂ ଅଫିସର ସୁଶାନ୍ତ ଦାସ। ଲାଞ୍ଚ ନେବା ମାମଲାରେ ସୁଶାନ୍ତଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି ଭିଜିଲାନ୍ସ  ଟିମ୍। ପତ୍ରାପାଲି(ଖ) ଗାଁର ମନରେଗା ଯୋଜନାରେ ୯ ଲକ୍ଷ ୮୦ ହଜାର ଟଙ୍କାରେ ତିଆରି ହୋଇଥିବା ଏକ ମୋ ପୋଖରୀର ବିଲ୍ କରିଦେବାକୁ ଗାଁ ସାଥି ସୁଦାମ ନାଗଙ୍କ ଠାରୁ ୪୫ […]

ଅଦ୍ୟତନ ହୋଇଛି
ବିଲ୍ କରାଇବାକୁ ଲାଞ୍ଚ ନେଉଥିଲେ ପ୍ରୋଗ୍ରାମିଂ ଅଫିସର, ମାଡ଼ି ବସିଲା ଭିଜିଲାନ୍ସ

vigilance

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଏକ ପୋଖରୀ ମରାମତି କାମର ବିଲ୍ କରାଇ ଦେବାକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଆସିଷ୍ଟାଣ୍ଡ ପ୍ରୋଗ୍ରାମିଂ ଅଫିସର ସୁଶାନ୍ତ ଦାସ। ଲାଞ୍ଚ ନେବା ମାମଲାରେ ସୁଶାନ୍ତଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି ଭିଜିଲାନ୍ସ  ଟିମ୍।

Advertisment

ପତ୍ରାପାଲି(ଖ) ଗାଁର ମନରେଗା ଯୋଜନାରେ ୯ ଲକ୍ଷ ୮୦ ହଜାର ଟଙ୍କାରେ ତିଆରି ହୋଇଥିବା ଏକ ମୋ ପୋଖରୀର ବିଲ୍ କରିଦେବାକୁ ଗାଁ ସାଥି ସୁଦାମ ନାଗଙ୍କ ଠାରୁ ୪୫ ହଜାର ଟଙ୍କା ମାଗିଥିଲେ ସୁଶାନ୍ତ। ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ସୁଦାମ। ଅଭିଯୋଗ ପାଇବା ପରେ ବରଗଡ଼ ଓ ସମ୍ୱଲପୁର ଭିଜିଲାନ୍ସ ଟିମ୍ ସୁଶାଙ୍କ ଅଫିସରେ ଛପି ରହିଥିଲେ। ଆଜି ସୁଦାମଙ୍କ ପାଖରୁ ସୁଶାନ୍ତ ନିଜ ଅଫିସରେ ୪୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ କର୍ମଚାରୀ। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରୋଗ୍ରାମିଂ ଅଫିସରଙ୍କୁ ଗିରଫ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe