Advertisment

ବିଜେଡି ବିଧାୟକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ, ଏତଲା ରଖୁନି ପୁଲିସ!

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ  ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୁଲିସ୍‌ ଏତଲା ଗ୍ରହଣ କରୁ ନ ଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣାରେ ଆଜି ବିଧାୟକ ପ୍ରକାଶ ମାଝୀଙ୍କ କୁଶପୁତ୍ତଳିକା ଉମରକୋଟ ଓ […]

author-image
Niharika Rout
ଅଦ୍ୟତନ ହୋଇଛି
ବିଜେଡି ବିଧାୟକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ, ଏତଲା ରଖୁନି ପୁଲିସ!

prakash-majh

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ  ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୁଲିସ୍‌ ଏତଲା ଗ୍ରହଣ କରୁ ନ ଥିବା କଂଗ୍ରେସ ଅଭିଯୋଗ କରିଛି।

Advertisment

ଏହି ଘଟଣାରେ ଆଜି ବିଧାୟକ ପ୍ରକାଶ ମାଝୀଙ୍କ କୁଶପୁତ୍ତଳିକା ଉମରକୋଟ ଓ ନବରଙ୍ଗପରରେ ଦାହ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ। ଏଥିସହ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଜିଲ୍ଲାର ପ୍ରତ୍ୟେକ ଥାନା ଘେରାଉ କରାଯିବା ସହ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛି।

ବିଧାୟକ ଜଣକ ନିଜକୁ ଅବିବାହିତ କହି ଭୁବନେଶ୍ୱରର ଯୁବତୀଙ୍କ ସହ ପ୍ରାୟ ୩ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିଥିଲେ। ଇତି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିବା ବେଳେ ତାଙ୍କ ଗର୍ଭ ନଷ୍ଟ କରାଯାଇଥିଲା। ବିଧାୟକ ଜଣକ ନିଜକୁ ଅବିବାହିତ ବୋଲି କହୁଥିବା ବେଳେ ସେ ପୂର୍ବରୁ ବିବାହିତ ବୋଲି ଦୀର୍ଘ ଦିନ ପରେ ଜାଣି ପାରିଥିଲେ ଯୁବତୀ। ଏହା ପରେ ସେ ବିଧାୟକଙ୍କୁ ସମ୍ପର୍କ ଚ୍ଛିନ୍ନ କରିବାକୁ କହିଥିଲେ। କିନ୍ତୁ ବିଧାୟକ ତାଙ୍କ କଥା ମାନିବାକୁ ଅରାଜି ହେବା ସହ ପୂର୍ବ ପରି ସମ୍ପର୍କ ଚାଲୁ ରଖିବାକୁ ଚାପ ପକାଇଲେ।

Advertisment

ଯୁବତୀ ଜଣକ ଏହାର ପ୍ରତିରୋଧ କରିବାରୁ ଦୁଇ ତିନି ଦିନ ତଳେ କିଛି ଯୁବକ ଜାଗମରାସ୍ଥିତ ଯୁବତୀଙ୍କ ଘରକୁ ଯାଇଥିଲେ। ସେଠାରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଯୁବତୀ ଜଣକ  ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୁଲିସ୍‌ ବିଧାୟକଙ୍କୁ ଗିରଫ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଉଥିବା ଅଭିଯୋଗ ହେଉଛି। ବିଜେଡି ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସୁଥିବା ବେଳେ ରାଜ୍ୟ ସରକାର ଜାଣିଶୁଣ ଚାପି ଦେବାକୁ ଉଦ୍ୟମ କରୁଥିବା  ଅଭିଯୋଗ ହେଉଛି।

ଏନେଇ ବିଧାୟକ କିମ୍ବା ପୁଲିସ୍‌ କାହାରି ମତାମତ ମିଳିପାରିନି ।