/odisha-reporter/media/post_attachments/uploads/2015/10/FotorCre45.jpg)
murder
କୋଣାର୍କ: ଅସ୍ତରଙ୍ଗ ଦିନାଡିହା ହତ୍ୟାକାଣ୍ତକୁ ଆଜି୧୧ ଦିନ ପୂରିଛି। ହେଲେ ଏଯାଏଁ ହତ୍ୟାକାରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ପାରିନାହିଁ। ବୁଧବାର କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଦୀନବନ୍ଧୁଙ୍କ ବାସଭବନକୁ ଯାଇ ପୁଣି ଛାନଭିନ୍ କରିଥିଲେ। ତେବେ ହତ୍ୟାକାଣ୍ତର କାରଣ ଓ ଏହା ପଛରେ କାହାର ହାତ ଅଛି, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଗତ ୯ ଦିନ ଧରି କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଚଳାଇଛି। ତାଙ୍କ ସମ୍ପର୍କୀୟମାନେ କ୍ରାଇମବ୍ରାଞ୍ଚର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
Advertisment
ଗତ ସୋମବାର ଦିନ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଘଟଣାର ସିବିଆଇ ତଦନ୍ତ ଦାବିରେ ଅସ୍ତରଙ୍ଗ ଥାନା ଘେରାଉ କରିଥିଲେ। ତହସିଲ କାର୍ଯ୍ୟାଳୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ।
ଗତ ୨୨ତାରିଖ ଦିନ ଦୀନବନ୍ଧୁ, ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ଦୀନବନ୍ଧୁଙ୍କ ଦଶାହ କାର୍ଯ୍ୟ ସଂପନ୍ନ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
