Advertisment

ଅସ୍ତରଙ୍ଗ ହତ୍ୟାକାଣ୍ତକୁ ପୂରିଲା ୧୧ ଦିନ, ହତ୍ୟାକାରୀଙ୍କ ଟେର୍ ପାଉନି କ୍ରାଇମବ୍ରାଞ୍ଚ୍

କୋଣାର୍କ: ଅସ୍ତରଙ୍ଗ ଦିନାଡିହା ହତ୍ୟାକାଣ୍ତକୁ ଆଜି୧୧ ଦିନ ପୂରିଛି। ହେଲେ ଏଯାଏଁ ହତ୍ୟାକାରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ପାରିନାହିଁ। ବୁଧବାର କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଦୀନବନ୍ଧୁଙ୍କ ବାସଭବନକୁ ଯାଇ ପୁଣି ଛାନଭିନ୍ କରିଥିଲେ। ତେବେ ହତ୍ୟାକାଣ୍ତର କାରଣ ଓ ଏହା ପଛରେ କାହାର ହାତ ଅଛି, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଗତ ୯ ଦିନ ଧରି କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଚଳାଇଛି। ତାଙ୍କ ସମ୍ପର୍କୀୟମାନେ କ୍ରାଇମବ୍ରାଞ୍ଚର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି। […]

ଅଦ୍ୟତନ ହୋଇଛି
ଅସ୍ତରଙ୍ଗ ହତ୍ୟାକାଣ୍ତକୁ ପୂରିଲା ୧୧ ଦିନ, ହତ୍ୟାକାରୀଙ୍କ ଟେର୍ ପାଉନି କ୍ରାଇମବ୍ରାଞ୍ଚ୍

murder

Advertisment

କୋଣାର୍କ: ଅସ୍ତରଙ୍ଗ ଦିନାଡିହା ହତ୍ୟାକାଣ୍ତକୁ ଆଜି୧୧ ଦିନ ପୂରିଛି। ହେଲେ ଏଯାଏଁ ହତ୍ୟାକାରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ପାରିନାହିଁ। ବୁଧବାର କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଦୀନବନ୍ଧୁଙ୍କ ବାସଭବନକୁ ଯାଇ ପୁଣି ଛାନଭିନ୍ କରିଥିଲେ। ତେବେ ହତ୍ୟାକାଣ୍ତର କାରଣ ଓ ଏହା ପଛରେ କାହାର ହାତ ଅଛି, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଗତ ୯ ଦିନ ଧରି କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଚଳାଇଛି। ତାଙ୍କ ସମ୍ପର୍କୀୟମାନେ କ୍ରାଇମବ୍ରାଞ୍ଚର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଗତ ସୋମବାର ଦିନ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଘଟଣାର ସିବିଆଇ ତଦନ୍ତ ଦାବିରେ ଅସ୍ତରଙ୍ଗ ଥାନା ଘେରାଉ କରିଥିଲେ। ତହସିଲ କାର୍ଯ୍ୟାଳୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ।

ଗତ ୨୨ତାରିଖ ଦିନ ଦୀନବନ୍ଧୁ, ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ଦୀନବନ୍ଧୁଙ୍କ ଦଶାହ କାର୍ଯ୍ୟ ସଂପନ୍ନ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe