/odisha-reporter/media/post_attachments/uploads/2015/05/THERMOMETRE_temperature_increase.jpg)
_temperature_
ଭୁବନେଶ୍ୱର: ଦିନକୁ ଦିନ ପାରଦ ଊର୍ଦ୍ଧ୍ୱଗାମୀ ହେଉଛି। ଅସମ୍ଭାଳ ହେଉଛି ସ୍ଥିତି। ଗ୍ରୀଷ୍ମ ପ୍ରବାହ ମାରାତ୍ମକ ରୂପ ନେଉଛି। ଦିନ ୯ଟା ନ ବାଜୁଣୁ ପଦାକୁ ବାହାରି ହେଉନି। ଅସହ୍ୟ ତାତି ଯୋଗୁଁ ପ୍ରଭାବିତ ହେଉଛି ଜନଜୀବନ। ହେଲେ ରୌଦ୍ରତାପ ଯୋଗୁଁ ଅଂଶୁଘାତ କରାଳ ରୂପ ନେଲାଣି। ରାଜ୍ୟରେ ମୋଟ ୧୦ ଜିଲ୍ଳାରେ ଏ ପର୍ଯ୍ୟନ୍ତ ଅଂଶୁଘାତରେ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରଗଡଜିଲ୍ଲା, ମୟୂରଭଞ୍ଜ, ଜଗତସିଂହପୁରରେ ଜଣେ ଲେଖାଏଁ, କେନ୍ଦ୍ରାପଡାରେ ୨ଜଣ, ରାୟଗଡାରେ ୨ , ପୁରୀରେ ୨ ଢେଙ୍କାନାଳରେ ୩, ଗଞ୍ଜାମରେ ୩ କଟକରେ ୫, ଓ ଖୋର୍ଦ୍ଧାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
