Advertisment

କାଲିଠୁ ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ, କିନ୍ତୁ…

ଆଠଗଡ(ନୀଳକାନ୍ତ ଦୋରା): କଟକ ଚଣ୍ଡି ମନ୍ଦିର ପରେ ଆସନ୍ତାକାଲିଠୁ ଖୋଲିବ ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର। କୋଭିଡ ନିୟମ ଅନୁସାରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ। ଏନେଇ ଆଜି ଆଠଗଡ଼ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ପ୍ରଥମେ ପୂଜକ ପରିବାର ବାବାଙ୍କ ଦର୍ଶନ କରିବେ । ୯ ଓ ୧୦ରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଠାକୁର ଦର୍ଶନ ସୁବିଧା ମିଳିବ । ପରେ ୧୧ରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ […]

କାଲିଠୁ ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ, କିନ୍ତୁ…

dhabaleswar

Advertisment

ଆଠଗଡ(ନୀଳକାନ୍ତ ଦୋରା): କଟକ ଚଣ୍ଡି ମନ୍ଦିର ପରେ ଆସନ୍ତାକାଲିଠୁ ଖୋଲିବ ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର। କୋଭିଡ ନିୟମ ଅନୁସାରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ। ଏନେଇ ଆଜି ଆଠଗଡ଼ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

Advertisment

ତେବେ ପ୍ରଥମେ ପୂଜକ ପରିବାର ବାବାଙ୍କ ଦର୍ଶନ କରିବେ । ୯ ଓ ୧୦ରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଠାକୁର ଦର୍ଶନ ସୁବିଧା ମିଳିବ । ପରେ ୧୧ରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ଦର୍ଶନ ସମୟରେ ମନ୍ଦିର ଭିତରେ କରୋନା କଟକଣାକୁ କଡାକଡି ରୂପେ ପାଳନ କରାଯିବ। ଏକା ଥରକେ ୫୦ରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇପାରିବେ ନାହିଁ। ୬ଫୁଟର ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରିପାରିବେ ଭକ୍ତ। ଏଥିସହ ସାନିଟାଇଜ ଓ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ଦିନର କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିଠୁ କଟକରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଆଜି ଚଣ୍ଡୀ ମନ୍ଦିର ଖୋଲି ନ ଥିବା ଜଣାଯାଇଛି। ଚଣ୍ଡି ମନ୍ଦିରରେ ସମସ୍ତ ବ୍ୟବସ୍ଥା ପରେ କାଲିଠୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

Advertisment

ଏନେଇ ଚଣ୍ଡୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱରୂପ ନନ୍ଦନ ବେହେରା କହିଛନ୍ତି, ଆଜି ପରିସ୍ଥିତି ଆକଳନ କରୁଛୁ। ଭକ୍ତମାନେ ଆଜି ବାହାରୁ ସିଂହଦ୍ୱାର ସମ୍ମୁଖରୁ ମା’ଙ୍କୁ ଦର୍ଶନ କରିବେ। ଆମେ ଆଜି ପରିସ୍ଥିତି ଅନୁଧ୍ୟାନ କଲା ପରେ ଆସନ୍ତା କାଲିଠୁ ଟୋକନ କରି ଭକ୍ତଙ୍କୁ ଭିତରକୁ ଛାଡ଼ିବୁ। ମନ୍ଦିର ଭିତର ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇ ସରିଛି।  ଏକ ସଙ୍ଗେ ୨୦ ଲୋକଙ୍କୁ ଅନୁମତି ଦେବୁ।

କରୋନା ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ଥିବା ମନ୍ଦିର ଖୋଲିବାକୁ କଟକ ମହାନଗର ନିଗମ ନିର୍ଦ୍ଦେଶନାମା ଜାରି କରିଛି । କୋଭିଡ ଗାଇଡଲାଇନ୍ ମଧ୍ୟରେ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ । ମନ୍ଦିରରେ ହ୍ୟାଣ୍ଡସାନିଟାଇଜର ରହିବ। ହାତ ଧୋଇବା ବ୍ୟବସ୍ଥା ମଧ୍ୟ ରହିବ। ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିପାରି ବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ ଗତ ୨୩ ତାରିଖରୁ  ପୁରୀରେ ଆରମ୍ଭ ହୋଇଥିଲା କାଳିଆ ଦର୍ଶନ ।  ପ୍ରଥମ ୨୫ ତାରିଖ ଯାଏଁ  ତିନି ଦିନ ସେବାୟତଙ୍କ ପରିବାର  ଓ ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀ ଜଗା ଦର୍ଶନ କରିଥିଲେ। ଏହାପରେ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe