Advertisment

ଦାୟିତ୍ୱ ତୁଲାଉ ତୁଲାଉ ଆଇଆଇସିଙ୍କୁ କରୋନା

ଆଠଗଡ଼: ରାଜ୍ୟରେ କରୋନା ସଙ୍କଟ ମୁକାବିଲା ଜାରି ରହିଥିବା ବେଳେ କରୋନା ଯୋଦ୍ଧା ଏହି ବିଶ୍ୱ ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଆଠଗଡ଼ ସବଡିଭିଜନ ଅଧୀନ ଏକ ଥାନାର ଆଇଆଇସି କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଦାୟିତ୍ୱ ତୁଲାଉ ତୁଲାଉ ଆଠଗଡ଼ ସବଡିଭିଜନ ଥାନା ଆଇଆଇସି କୋଭିଡ୍-୧୯ ଆକ୍ରାନ୍ତ ହୋଇଛନ୍ତି। ସ୍ୱାବ ଟେଷ୍ଟ ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ଆଠଗଡ଼ ଏସଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି। ଆଇଆଇସି କରୋନା […]

author-image
Pragnya Choudhury
ଦାୟିତ୍ୱ ତୁଲାଉ ତୁଲାଉ ଆଇଆଇସିଙ୍କୁ କରୋନା

representational-image

ଆଠଗଡ଼: ରାଜ୍ୟରେ କରୋନା ସଙ୍କଟ ମୁକାବିଲା ଜାରି ରହିଥିବା ବେଳେ କରୋନା ଯୋଦ୍ଧା ଏହି ବିଶ୍ୱ ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଆଠଗଡ଼ ସବଡିଭିଜନ ଅଧୀନ ଏକ ଥାନାର ଆଇଆଇସି କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।

Advertisment

ଦାୟିତ୍ୱ ତୁଲାଉ ତୁଲାଉ ଆଠଗଡ଼ ସବଡିଭିଜନ ଥାନା ଆଇଆଇସି କୋଭିଡ୍-୧୯ ଆକ୍ରାନ୍ତ ହୋଇଛନ୍ତି। ସ୍ୱାବ ଟେଷ୍ଟ ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ଆଠଗଡ଼ ଏସଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି। ଆଇଆଇସି କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ଥାନାକୁ କଣ୍ଟେନମେଣ୍ଟ କରାଯାଇଛି।

ସୂଚନା ଥାଉ କି, ଥାନାର ଆଉ ୭ରୁ ୮ଜଣ କର୍ମଚାରୀଙ୍କୁ ଜ୍ୱର ହେଉଥିବା ନେଇ ମଧ୍ୟ ଜଣାପଡ଼ିଛି। ଏଣୁ ଥାନାର ମୋଟ ୨୨ଜଣ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷଣ କରାଯିବ। ଗତକାଲିଠାରୁ ଥାନା ଭିତରେ ସମସ୍ତ କର୍ମଚାରୀ କ୍ୱରାଣ୍ଟାଇନରେ ଅଛନ୍ତି। ଏପରିକି ଥାନାକୁ ଆସିଥିବାରୁ ଆଠଗଡ଼ ଏସଡିପିଓଙ୍କ ସହ ଦୁଇ ଡ୍ରାଇଭରଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

Advertisment