/odisha-reporter/media/post_attachments/uploads/2015/05/chit_fund-1.jpg)
chit_fund-1
ଭୁବନେଶ୍ୱର : ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ୮୪ କୋଟି ଟଙ୍କ।ର ସମ୍ପତ୍ତି ଆଟାଚ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଯେଉଁଥିରେ ୭୯ କୋଟି ଟଙ୍କ।ର ସ୍ଥାବର ସମ୍ପତ୍ତି ରହିଛି। ତା ଭିତରେ ରହିଛି ୧୦୦ ଏକର ଜମି। ଯାହା ଭୁବନେଶ୍ୱର, ଛତ୍ରପୁର, ଅନୁଗୁଳ ଓ ଜଗତସିଂହପୁର ଅଞ୍ଚଳରେ ରହିଛି। ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଫ୍ଲ।ଟ୍ ବି ଏଥିରେ ସାମିଲ ଅଛି। ଏଥିସହ ୨ କୋଟି ୮୭ ଲକ୍ଷ ଟଙ୍କ।ର ବ୍ୟାଙ୍କ ଡିପୋଜିଟ ଆଟାଚ୍ ହୋଇଛି। ବମ୍ୱେ ସ୍ଥିତ ଏକ ସେୟାର ବ୍ରୋକର ସଂସ୍ଥା- ମ୍ଭେସ୍ ଟ୍ରେଡିଂରେ ଥିବା ୭୧ ପ୍ରତିଶତ ଅଂଶ ଧନକୁ ବି ଇଡି ଆଟାଚ୍ କରିଛି। ଏହି ଅଂଶଧନର ମୂଲ୍ୟ ୨ କୋଟି ୭୫ ଲକ୍ଷ ଟଙ୍କ।। ଏସବୁ ଅଂଶଧନ ଅର୍ଥତତ୍ତ୍ୱ ସିଏମଡି ପ୍ରଦୀପ ସେଠୀ, ନିଦ୍ଦେର୍ଶକ ସମ୍ୱିତ ଖୁଣ୍ଟିଆ, ଶ୍ରୀକୃଷ୍ଣ ପାଢ଼ୀ, ପ୍ରଦୀପ ନାୟକଙ୍କ ନାଁରେ ରହିଥିଲା। ପୂର୍ବରୁ ଅର୍ଥତତ୍ତ୍ୱ କମ୍ପାନୀର ୪୧୦ କୋଟି ଟଙ୍କ।ର ସମ୍ପତ୍ତି ଜବତ ହୋଇଥିଲା। ସିବିଆଇ ୨୧୦ କୋଟି ଟଙ୍କ।ର ଠକେଇ ନେଇ ଚାର୍ଜସିଟ୍ ଦାଖଲ କରିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
