Advertisment

ଆଠଗଡ଼: ପାଣି ପାଇଁ ଅତିରିକ୍ତ ତହସିଲଦାରଙ୍କୁ ଘେରିଲେ ମହିଳା

ଆଠଗଡ଼: ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଦୂର କରାଯାଉ ନ ଥିବା ପ୍ରତିବାଦରେ ରବିବାର କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ଚଷାଆଁରା ଗାଁର ମହିଳାମାନେ ଅତିରିକ୍ତ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ। ଏହାସହିତ ଉତ୍ତ୍ୟକ୍ତ ମହିଳାମାନେ ଗରା, ବାଲ୍‌ଟି ଓ ଡେକ୍‌ଚି ଧରି ରାସ୍ତାରୋକ କରିଥିଲେ। ପିଇବା ପାଣି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ତହସିଲଦାରଙ୍କୁ ଛାଡ଼ିବୁ ନାହିଁ ବୋଲି ମହିଳାମାନେ ଜିଦ୍ ଧରିଥିଲେ। […]

ଅଦ୍ୟତନ ହୋଇଛି
ଆଠଗଡ଼: ପାଣି ପାଇଁ ଅତିରିକ୍ତ ତହସିଲଦାରଙ୍କୁ ଘେରିଲେ ମହିଳା

athagada1

Advertisment

water problemଆଠଗଡ଼: ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଦୂର କରାଯାଉ ନ ଥିବା ପ୍ରତିବାଦରେ ରବିବାର କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ଚଷାଆଁରା ଗାଁର ମହିଳାମାନେ ଅତିରିକ୍ତ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ। ଏହାସହିତ ଉତ୍ତ୍ୟକ୍ତ ମହିଳାମାନେ ଗରା, ବାଲ୍‌ଟି ଓ ଡେକ୍‌ଚି ଧରି ରାସ୍ତାରୋକ କରିଥିଲେ। ପିଇବା ପାଣି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ତହସିଲଦାରଙ୍କୁ ଛାଡ଼ିବୁ ନାହିଁ ବୋଲି ମହିଳାମାନେ ଜିଦ୍ ଧରିଥିଲେ। ଘଟଣାସ୍ଥଳରେ ତିଗିରିଆ ଥାନା ଓଆଇସି ପହଞ୍ଚି ଲୋକଙ୍କୁ ବୁଝାଇଥିଲେ।

Advertisment

ଦୀର୍ଘ ଦିନ ହେବ ଚଷାଆଁରା ଗାଁରେ ପିଇବା ପାଣି ସମସ୍ୟା ଲାଗି ରହିଛି। ଏ ନେଇ ଗାଁ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଛନ୍ତି। କିନ୍ତୁ କୌଣସି ସୁଫଳ ନ ମିଳିବାରୁ  ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ଏକ ପୋଖରୀ ଖୋଳୁଥିଲେ। ଏ ସମ୍ପର୍କରେ ଖବର ପାଇ ପୋଖରୀ ଖୋଳା ନେଇ ଆଲୋଚନା କରିବାକୁ ଅତିରିକ୍ତ ତହସିଲଦାର ଆଜି ସକାଳେ ଚଷାଆଁରା ଗାଁକୁ ଆସିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ମହିଳାମାନେ ତାଙ୍କୁ ଅଟକ ରଖିବା ସହିତ ରାସ୍ତାରୋକ କରିଛନ୍ତି।

ଅତିରିକ୍ତ ତହସିଲଦାର ସତ୍ୟରଞ୍ଜନ ପଣ୍ଡା କହିଛନ୍ତି ଯେ ସେ ଏହି ଗାଁ ବାଟ ଦେଇ ଗଲା ବେଳେ ରାସ୍ତା କଡ଼ରେ ଏକ ପୋଖରୀ ଖୋଳା ଯାଉଥିବା ଦେଖିବାକୁ ପାଇଥିଲେ। କିଏ ଏହି ପୋଖରୀ ଖୋଳୁଛନ୍ତି ଓ ପ୍ରଶାସନର ଅନୁମତି ନେଇଛନ୍ତି କି ନାହିଁ, ତାହା ବୁଝିବା ପାଇଁ ସେ ଅଟକି ଥିଲେ। ତେବେ ଲୋକେ ତାଙ୍କୁ ପାଣି ସମସ୍ୟା ନେଇ ଅଟକ ରଖିଥିଲେ। ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଲୋକେ ତାଙ୍କୁ ଅଟକ ରଖିଥିଲେ। ଗାଁରେ ପାଣି ସମସ୍ୟା ରହିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ପୂର୍ବରୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା କଥା ମଧ୍ୟ କହିଥିଲେ। ସେମାନଙ୍କ ସମସ୍ୟା ସଂପର୍କରେ ସେ ବିଡିଓ, ଚେୟାରମ୍ୟାନ୍ ଓ ଅନ୍ୟାନ୍ୟ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe