Advertisment

ବଡ଼ପଣ୍ଡାଙ୍କ ନାଁରେ ଗୁଜବକୁ ନେଇ ଅଶ୍ଲୀଳ ଭାଷାରେ ଲେଖିଲେ ଦୂତୀଙ୍କ ଭଉଣୀ, ଲୋକେ ଦେଲେ ଏଭଳି ଉତ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭ଟି ତୁଳସୀ ପତ୍ର ଓ ମହୁ ଖାଇଲେ କରୋନା ଭଲ ହୋଇଯିବ ବୋଲି କୁଆଡ଼େ ମହାପ୍ରଭୁଙ୍କ ପରମ ସେବକ ବଡ଼ ପଣ୍ଡାଙ୍କୁ ସ୍ୱପ୍ନ ହୋଇଛି। ଏଭଳି ଏକ ଗୁଜବ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ତେବେ ଏହା ମିଥ୍ୟା ଏବଂ ବଡ଼ପଣ୍ଡାଙ୍କୁ ଏଭଳି କିଛି ସ୍ୱପ୍ନ ହୋଇନଥିଲା ବୋଲି ଲଗାତାର ସଚେତନତା ସତ୍ତ୍ୱେ ଗୁଜବ କାୟା ବିସ୍ତାର କରିବାରେ ଲାଗିଛି। ଏଭଳି ଗୁଜବର କବଳରୁ ବର୍ତ୍ତି ପାରିନଥିବା ଆଥଲେଟ୍‌ ତଥା ଅଲିମ୍ପିଆନ୍‌ ଦୂତୀ ଚାନ୍ଦଙ୍କ […]

ଅଦ୍ୟତନ ହୋଇଛି
ବଡ଼ପଣ୍ଡାଙ୍କ ନାଁରେ ଗୁଜବକୁ ନେଇ ଅଶ୍ଲୀଳ ଭାଷାରେ ଲେଖିଲେ ଦୂତୀଙ୍କ ଭଉଣୀ, ଲୋକେ ଦେଲେ ଏଭଳି ଉତ୍ତର

Saraswati-Chand

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭ଟି ତୁଳସୀ ପତ୍ର ଓ ମହୁ ଖାଇଲେ କରୋନା ଭଲ ହୋଇଯିବ ବୋଲି କୁଆଡ଼େ ମହାପ୍ରଭୁଙ୍କ ପରମ ସେବକ ବଡ଼ ପଣ୍ଡାଙ୍କୁ ସ୍ୱପ୍ନ ହୋଇଛି। ଏଭଳି ଏକ ଗୁଜବ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ତେବେ ଏହା ମିଥ୍ୟା ଏବଂ ବଡ଼ପଣ୍ଡାଙ୍କୁ ଏଭଳି କିଛି ସ୍ୱପ୍ନ ହୋଇନଥିଲା ବୋଲି ଲଗାତାର ସଚେତନତା ସତ୍ତ୍ୱେ ଗୁଜବ କାୟା ବିସ୍ତାର କରିବାରେ ଲାଗିଛି।

Advertisment

ଏଭଳି ଗୁଜବର କବଳରୁ ବର୍ତ୍ତି ପାରିନଥିବା ଆଥଲେଟ୍‌ ତଥା ଅଲିମ୍ପିଆନ୍‌ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ ଫେସବୁକରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି। ସେ ଏଥିରେ ଏକ ଅଶ୍ଲୀଳ ଶବ୍ଦ ଲେଖିବା ସହ ବଡ଼ପଣ୍ଡାଙ୍କୁ ଗୋଇଠା ଦରକାର ବୋଲି ଲେଖିଛନ୍ତି। ତେବେ ଏଥିରେ ପଣ୍ଡା ଶବ୍ଦଟି ପଣା ବୋଲି ଲେଖା ଅଛି। ସେ ଏଥିରେ ଲେଖିଛନ୍ତି, “୨ ମାସ ପରେ ସେ ବଡ଼ ପଣା, କୂ ସପନ ହେଲା...***କୁ ଗୋଇଠା ଦରକାର।”

publive-image

ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ତଥା କ୍ରୀଡ଼ା ପ୍ରତିଭା। ସୋଶାଲ ମିଡିଆ ସାର୍ବଜନୀନ ପ୍ଲାଟଫର୍ମ ହୋଇଥିବାରୁ ଏଭଳି ଭାଷା ଶୋଭନୀୟ ନୁହେଁ ବୋଲି କିଛି ଲୋକ ମତ ପ୍ରକାଶ କରିଛନ୍ତି। ତାଙ୍କର ଏଭଳି ଜଣେ ଫେସବୁକ୍ ଅନୁସରଣକାରୀ ବିମଳ ପତିଙ୍କ ଉତ୍ତର ରଖି ସରସ୍ୱତୀ ନିଜକୁ ଠିକ ଦର୍ଶାଇଛନ୍ତି। ସେ ନିଜ ସପକ୍ଷରେ କହିଛନ୍ତି, “ଖରାପ କରିବା ଠାରୁ ଖରାପ ଲେଖିବା ୧୦୦ରୁ ଅଧିକ ଭଲ। thnx ur comment but don't appreciated ur view.”

Advertisment

ସେହିଭଳି ପ୍ରଦୀପ ଚାନ୍ଦ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ସୋସିଆଲ ମିଡିଆରେ ଏଭଳି ଭାଷା ଆଦୌ ଗ୍ରହଣୀୟ ନୁହେଁ। ଏଭଳି ଭାଷାରେ ପୋଷ୍ଟ କରି ନିଜର ଭାବମୂର୍ତ୍ତି ଖରାପ୍ କରନି ଏହାକୁ ତୁରନ୍ତ ଡିଲିଟ୍ କରିଦେବ ବୋଲି ଆଶା।

ସେହିଭଳି ମନୀନ୍ଦ୍ର ଧଳ ଲେଖିଛନ୍ତି, ସରସ୍ୱତୀ ନିଜକୁ ବଡ଼ ବୋଲି ଭାବି ଏପରି କାମ କରନି, ନିଜର ଅହଂକାର, ଗର୍ବ ନିଜ ପାଖରେ ରଖ। ସାରା ଓଡ଼ିଆ ଜାତି ତୁମକୁ କେବେ ବି କ୍ଷମା ଦେବେନି। ବିଶେଷ କରି ସୋସିଆଲ ମିଡିଆରେ ଏପରି ଭାଷା ପ୍ରୟୋଗ କର ନାହିଁ। ସମୟ ଆସିବ ତୁମେ ପୁରୀ ରେ ବିରୋଧ ମଧ୍ୟ କରାଯିବ। ତେଣୁ ତୁରନ୍ତ ତୁମେ କ୍ଷମା ମାଗି ପୋଷ୍ଟକୁ ଡିଲିଟ୍‌ କରି ନିଜର ଭାବମୂର୍ତ୍ତି କୁ ସୁରକ୍ଷା କର।

ଅନ୍ୟପକ୍ଷରେ ବରିଷ୍ଠ ସାମ୍ବାଦିକ ନବୀନ ଦାସ ନିଜ ମତ ଦେଇ ଲେଖିଛନ୍ତି, “ବଡ଼ ପଣ୍ଡାଙ୍କୁ ସପନ ହେଇଥିବା କଥା କହିଲା କିଏ? ସେ ନିଜେ କହିଥିଲେ କି? ଗୁଜବରେ ବିଶ୍ୱାସ କରନ୍ତୁନି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe