Advertisment

Attack: ଭୁବନେଶ୍ୱରରେ ପୁଣି ବୁଲିଲା ଖଣ୍ଡା, ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ

ଭୁବନେଶ୍ୱର ଭଗବାନପୁରରେ ବୁଲିଲା ଖଣ୍ଡା। ସିସିଟିଭିରେ ରେକର୍ଡ ହୋଇଛି ପୂରା ଦୃଶ୍ୟ। ଗତକାଲି ବିଳମ୍ବିତ ରାତିର ଘଟଣା। ଏକ କାଫେ ସାମ୍ନାରେ କିଛି ଯୁବକକୁ ଖଣ୍ଡାରେ ଆକ୍ରମଣ ହୋଇଛି।

Attack
Advertisment

ଭୁବନେଶ୍ୱର ଭଗବାନପୁରରେ ବୁଲିଲା ଖଣ୍ଡା। ସିସିଟିଭିରେ ରେକର୍ଡ ହୋଇଛି ପୂରା ଦୃଶ୍ୟ। 

ଗତକାଲି ବିଳମ୍ବିତ ରାତିର ଘଟଣା। ଏକ କାଫେ ସାମ୍ନାରେ କିଛି ଯୁବକକୁ ଖଣ୍ଡାରେ ଆକ୍ରମଣ ହୋଇଛି। ଖଣ୍ଡା ଚୋଟରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

Advertisment

କାଫେ ସମ୍ମୁଖରେ ୪ ଜଣ ଯୁବକ ଛିଡ଼ା ହୋଇଥିଲେ। ସେତିକିବେଳେ ୩ ଟି ବାଇକରେ ୬ ଜଣ ଯୁବକ ଆସି ସେଠାରେ ପହଞ୍ଚିଥିଲେ। ସେମାନେ ସେହି ଯୁବକମାନଙ୍କୁ ଆକ୍ରମଣ କରିଥିଲେ। ତା’ସହିତ ସେଠାରେ ଥିବା ୩ଟି କାରକୁ ଭଙ୍ଗାରୁଜା କରିଥିଲେ। 

ଗୁରୁତର ଆହତ ଯୁବକଙ୍କ ବାପା ଏନେଇ ତମାଣ୍ଡୋ ଥାନାରେ ଏତଲା ଦେଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତମାଣ୍ଡୋ ଥାନା ପୁଲିସ କରୁଛି ତଦନ୍ତ। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। 

Advertisment

ସେହିଭଳି ଆଜି ସକାଳ ସମୟରେ ରାଜଧାନୀରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଲୁଟେରା। ସେ ମହିଳା ଜଣଙ୍କ ଜଣେ ପୁଲିସ ଅଧିକାରୀଙ୍କ ମା’। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। CCTVରେ କଏଦ ହୋଇଛି ଲୁଟ୍‌ ବେଳର ଦୃଶ୍ୟ।

ଭୁବନେଶ୍ୱରର ତମାଣ୍ଡୋ ଥାନା କଳିଙ୍ଗ ବିହାର ଗହଣା ଦୋକାନରୁ ଲୁଟ୍‌ ଅଭିଯୋଗ ହୋଇଛି। ମୁହଁରେ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସିସିଟିଭି ଅଧାରରେ ତମାଣ୍ଡୋ ଥାନା ପୁଲିସ ତଦନ୍ତ କରୁଛି। 

ରାଜଧାନୀରୁ ଜଣେ ୧୧ ବର୍ଷର ନାବାଳକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସହିଦ ନଗର ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ହେବା ପରେ ପୋଷ୍ଟର ମାରିଛି ପୁଲିସ। ଭୁବନେଶ୍ୱର ଷ୍ଟେସନରେ ପୋଷ୍ଟର ମାରିଛି GRP। ବିଭିନ୍ନ ଥାନାକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିବା କହିଛନ୍ତି ଜିଆରପି ଆଇଆଇସି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe