ପୂର୍ବ ଶତ୍ରୁତାରୁ ଖଣ୍ଡାରେ ହାଣିଲେ; ଗୋଟିଏ ପରିବାରର ୩ ଗୁରୁତର

କାମାକ୍ଷାନଗର(ବିଦ୍ୟାଧର ବରାଳ): ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷର ରୂପ । ମାମୁଁ ଘରେ ଥିବା ପୁତୁରାକୁ ଧରି ଘରକୁ ଫେରିବା ପରେ ଅତର୍କିତ ଆକ୍ରମଣର ଶିକାର ହେଲେ ଗୋଟିଏ ପରିବାରର ୩ ସଦସ୍ୟ । ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପ୍ରତିପକ୍ଷ ସେମାନଙ୍କୁ ଅତର୍କିତ ଭାବେ ଠେଙ୍ଗାରେ ପିଟିବା ସହ ଖଣ୍ଡାରେ ହାଣିଥିବାରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଢେଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁରରେ ଘଟିଛି ଏହି ଅଘଟଣ । ଏହି ଆକ୍ରମଣରେ ଉଭୟ ପକ୍ଷର […]

attack-

Niharika Rout
  • Published: Thursday, 23 June 2022
  • , Updated: 23 June 2022, 11:34 AM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷର ରୂପ । ମାମୁଁ ଘରେ ଥିବା ପୁତୁରାକୁ ଧରି ଘରକୁ ଫେରିବା ପରେ ଅତର୍କିତ ଆକ୍ରମଣର ଶିକାର ହେଲେ ଗୋଟିଏ ପରିବାରର ୩ ସଦସ୍ୟ । ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପ୍ରତିପକ୍ଷ ସେମାନଙ୍କୁ ଅତର୍କିତ ଭାବେ ଠେଙ୍ଗାରେ ପିଟିବା ସହ ଖଣ୍ଡାରେ ହାଣିଥିବାରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଢେଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁରରେ ଘଟିଛି ଏହି ଅଘଟଣ ।

ଏହି ଆକ୍ରମଣରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।  ସେମାନେ ହେଲେ ଜୟପ୍ରକାଶ ରାଉତ,  ଜିତେନ୍ଦ୍ର ରାଉତ ଓ  ଶୁଭଙ୍କର ପ୍ରିୟଦର୍ଶୀ ରାଉତ ।

ଆହତ ଜିତେନ୍ଦ୍ର ରାଉତଙ୍କ ସୂଚନା ଅନୁଯାୟୀ, ପୁତୁରା ତା’ ମାମୁଁ ଘରେ ଥିବା ବେଳେ ତାକୁ ଧରି ଗାଁକୁ ଆସୁଥିଲୁ। ପଞ୍ଚାୟତ ଅଫିସ ନିକଟରେ ସରପଞ୍ଚଙ୍କ ସ୍ୱାମୀ ଜମନ ସାମଲ, ଦିଅର ଓ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦଳୀୟ ଲୋକ ରାସ୍ତାରେ ବାଉଁଶ ପକାଇ ଅଟକାଇଲେ। ଏହାପରେ ସେମାନେ ଅତର୍କିତ ଭାବେ ଆମମାନଙ୍କୁ ଠେଙ୍ଗାରେ ପିଟିବା ସହ ଖଣ୍ଡାରେ ହାଣି ଦେଲେ । ସେମାନେ ବୋମା  ମାଡ଼ ସହ ଫାୟାରିଂ ବି କରିଥିଲେ।  ସେମାନଙ୍କ ଆକ୍ରମଣରେ ସାନ ଭାଇର ହାତ, ମୁଣ୍ଡ ହାଣିଥିବା ବେଳେ ଠେଙ୍ଗା ମାଡ଼ରେ ପୁତୁରା ମୁଣ୍ଡ ଫାଟିଛି। ମୋ ଗୋଡ଼ ଭାଙ୍ଗିଛି।

ପ୍ରତିପକ୍ଷର ଆକ୍ରମଣରେ  ଭଜମନ  ଓ ତାଙ୍କର ଜଣେ ସମର୍ଥକ ଚିତ୍ରସେନ ସାହୁ ଗୁରୁତର  ହୋଇ ଭୁବନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟିଥିବା ଅନୁମାନ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇନି।

Related story