BJD
ନରସିଂହପୁର (ଓଡ଼ିଶା ରିପୋର୍ଟର): ଲୋକଙ୍କୁ ପିଟିଲେ ଲୋକ ପ୍ରତିନିଧି । ଯାହାଙ୍କୁ ସୁରକ୍ଷା ଦେବା କଥା, ତାଙ୍କୁ ଘାଇଲା କଲେ। ଦବଙ୍ଗଗିରି ଦେଖାଇଲେ ବିଜେଡି ସରପଞ୍ଚ । ରାଜନୈତିକ ଶତୃତାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଲେ। ସରପଞ୍ଚଙ୍କ ଆକ୍ରମଣରେ ଯୁବକଜଣକ ରକ୍ତାକ୍ତ ହୋଇଥିବା ବେଳେ ଏପରି କାଣ୍ଡ ଭିଆଇଥିବା ସରପଞ୍ଚ କିନ୍ତୁ ଖୁଲମଖୁଲା ବୁଲୁଛନ୍ତି। ବିଧାୟକଙ୍କ ଖାସ ଲୋକ ବୋଲି ପୁଲିସ୍ ବି ତାଙ୍କ ଦେହରେ ହାତ ମାରିବାକୁ ସାହସ କରୁ ନ ଥିବା ଆଲୋଚନା ହେଉଛି। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ବାସେଳିହତାରେ ଘଟିଛି।
ବାସେଳିହତା ପଞ୍ଚାୟତ ସରପଞ୍ଚ କଳିଙ୍ଗ କେଶରୀ ମହାଳିକଙ୍କର ସେହି ଗ୍ରାମର ପ୍ରଶାନ୍ତ କୁମାର ପ୍ରତିହାରୀଙ୍କ ସହ ରାଜନୈତିକ ଶତୃତା ଲାଗି ରହିଛି। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଏହି ଛକାପଞ୍ଝା ଲାଗି ରହିଛି।
ଗତକାଲି ପ୍ରଶାନ୍ତ ରାସ୍ତାରେ ଯାଉଥିବା ବେଳେ ନିଜ ସମର୍ଥକଙ୍କ ସହ ତାଙ୍କୁ ଅଟକାଇଲେ କଳିଙ୍ଗ କେଶରୀ ମହାଳିକ । ଏହାପରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ବେଳେ କଳିଙ୍ଗ କେଶରୀ ତାଙ୍କୁ ଏକ ଠେଙ୍ଗାରେ ନିଧୂମ ପିଟିଲେ। ଏପରିକି ଛାଡ଼ିଦେବାକୁ ପ୍ରଶାନ୍ତ କାକୁତିମିନତି ହେଉଥିବା ବେଳେ କଳିଙ୍ଗ କେଶରୀ ଓ ତାଙ୍କ ସମର୍ଥକ କିନ୍ତୁ ପ୍ରଶାନ୍ତଙ୍କୁ ବହୁ ସମୟ ପର୍ଯ୍ୟନ୍ତ ପିଟିଥିବା ଜଣାଯାଇଛି। ଏହି ଆକ୍ରମଣରେ ପ୍ରଶାନ୍ତଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି।
ଏନେଇ ପ୍ରଶାନ୍ତ କାନପୁର ଥାନାରେ ଏକ ଅଭିଯୋଗ କରିଥିବା ବେଳେ କଳିଙ୍ଗ କେଶରୀ ମହାଳିକ ବି ପାଲଟା ଅଭିଯୋଗ କରିଛନ୍ତି। ହେଲେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ଖୁଲମଖୁଲା ବୁଲୁଛନ୍ତି ସରପଞ୍ଚ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/BJD-8.jpg)