ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ମରାଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ନାଁ କମଳଲୋଚନ ପଣ୍ଡା। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଅନୁସାରେ,ସରପଞ୍ଚ ସୁଲୋଚନା ପଣ୍ଡାଙ୍କ ସ୍ୱାମୀ କମଳ ଲୋଚନ ଆଜି ସକାଳେ ଗାଁ ନିକଟସ୍ଥ ଏକ ମନ୍ଦିରରେ ଥିଲେ। ଏହି ସମୟରେ ସେହି ଗାଁର ସୁକଦେବ ବାରିକ୍ ନାମକ ବ୍ୟକ୍ତି ସେଠାରେ ପହଞ୍ଚିଲେ। ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ସୁକଦେବ କମଳଲୋଚନଙ୍କୁ ଭୂଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ଲୋକେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସୁକେଦବକଙ୍କୁ ଗିରଫ କରିଛି। ଏଥିସହ ଭୂଜାଲି ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଫାଟକରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ! ମାଡ଼ିଗଲା ଟ୍ରେନ୍, ୨ ମୃତ
ଟ୍ରେନ୍ ଆସୁଥିବାରୁ ରାତି ପ୍ରାୟ ୯ଟା ବେଳେ କଳୁଙ୍ଗା ରେଳ ଫାଟକ ପଡ଼ିଥିଲା। ଠିକ୍ ସେତିକି ବେଳେ ୫ ଜଣ ଯୁବକ ୩ଟି ବାଇକ୍ରେ ଆସିଥିଲେ। ଫାଟ୍କ ପଡ଼ିଥିବା ଦେଖି ସମସ୍ତେ ରେଳ ଫାଟକ ପାର୍ଶ୍ୱରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ।
Crime
ସରକାର ଆଡେଇଦେଲେ, ବିଷ୍ଣୁପଦଙ୍କୁ ସହ ଅଭିଯୁକ୍ତ ଦର୍ଶାଇ ଗିରଫ କରିପାରେ ସିବିଆଇ!
ସିବିଆଇର ତଦନ୍ତକାରୀ ଅଫିସର ଗୁରଜିନ୍ଦର ସିଂ ଗତ ୬ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର(ଇଷ୍ଟକୋଷ୍ଟ) ଭୂପେନ୍ଦ୍ର କୁମାର ସିଂହଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସକୁ ଡାକି ଜେରା କରାଯାଇଛି ।
Special
ଅମଳ ବେଳେ ଉତ୍ପାତ କରୁଛନ୍ତି ବାର୍ହା, ହାତୀ; ଚିନ୍ତାରେ କନ୍ଦମୂଳ ଚାଷୀ
ଢେଙ୍କାନାଳ କନ୍ଦମୂଳ ସ୍ୱାଦ ଓ ଚାହିଦା ମଧ୍ୟ ଭଲ ରହିଛି। ଏଠାରୁ ଅମଳ ହେଉଥିବା କନ୍ଦମୂଳ ଶ୍ରୀକ୍ଷେତ୍ର ଯାଉଛି। କୁହାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ ଢେଙ୍କାନାଳ କନ୍ଦମୂଳ ଲାଗି ହେଉଛି।
Miscellaneous
ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ, ଆସନ୍ତାକାଲି ବନ୍ଦ ରହିବ
ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍।
Miscellaneous
ଆକ୍ସନ ମୁଡ୍ରେ ମୋହନ ସରକାର: ୩ ବିଭାଗର ସଚିବ ପଦରୁ ବିଦା ହେଲେ ବିଷ୍ଣୁପଦ
୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି ।