Advertisment

ପୁଣି ମତଦାନ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ, ଠେଲାପେଲା

ଆଠଗଡ଼(ଓଡ଼ିଶା ରିପୋର୍ଟର): ଚଳିତ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଥମିବା ନାଁ ଧରୁନି। ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ, ବୁଥ୍‌ ରିଗିଂ, ବୁଥ ଜବରଦଖଲ ପରି ଅଭିଯୋଗ ହେଉଥିବା ବେଳେ ଏପରି ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକ । ପୂର୍ବରୁ ପୁରୀ ଜିଲ୍ଲାର ପିପିଲି ତଥା ଯାଜପୁରରେ ଖବରଦାତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲୁଥିବା ବେଳେ କଟକ ଜିଲ୍ଲା ଆଠଗଡ଼ରେ ସମାନ ଘଟଣାର ପୁନରାବୃତ୍ତି […]

author-image
Niharika Rout
ଅଦ୍ୟତନ ହୋଇଛି
ପୁଣି ମତଦାନ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ, ଠେଲାପେଲା

attack

ଆଠଗଡ଼(ଓଡ଼ିଶା ରିପୋର୍ଟର): ଚଳିତ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଥମିବା ନାଁ ଧରୁନି। ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ, ବୁଥ୍‌ ରିଗିଂ, ବୁଥ ଜବରଦଖଲ ପରି ଅଭିଯୋଗ ହେଉଥିବା ବେଳେ ଏପରି ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକ । ପୂର୍ବରୁ ପୁରୀ ଜିଲ୍ଲାର ପିପିଲି ତଥା ଯାଜପୁରରେ ଖବରଦାତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣହୋଇଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲୁଥିବା ବେଳେ କଟକ ଜିଲ୍ଲା ଆଠଗଡ଼ରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଏପରି ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ ସୁଶାନ୍ତ ସାହୁ ।

Advertisment

ଆଠଗଡ଼ ଅନନ୍ତପୁର ପଞ୍ଚାୟତର ୪ଟି ବୁଥ୍‌ରେ ଆଜି ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସେଠାକୁ ଯାଇଥିବା ଏକ ଘରୋଇ ନ୍ୟୁଜ ଚ୍ୟାନେଲର ସାମ୍ବାଦିକ ସୁଶାନ୍ତ ସାହୁଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର ଅଭିଯୋଗ ହୋଇଛି।

ଏନେଇ ସୁଶାନ୍ତ ସାହୁ କହିଛନ୍ତି, ଆଜି ଅନନ୍ତପୁର ପଞ୍ଚାୟତର ବୁଥ୍‌ର କିଛି ଏଜେଣ୍ଟ ମୋତେ ଫୋନ୍‌ କରି ତାଙ୍କୁ କିଛି ଯୁବକ ଭିତରକୁ ପ୍ରବେଶ କରାଇ ଦେଉ ନ ଥିବା କହିଥିଲେ। ସେଠାରେ ପହଞ୍ଚି ଭିଡିଓ ସଂଗ୍ରହ କରିବାକୁ ଚେଷ୍ଟା କରିବାରୁ ସେମାନେ ଉକ୍ତ ଏଜେଣ୍ଟଙ୍କ ସମେତ ମୋତେ ଜୋରଜବରଦସ୍ତ ଧକ୍କା ମାରି ବାହାର କରିଦେଇଥିଲେ। ଏପରିକି ପୁଣି ଥରେ ଭିଡିଓ ନେବାକୁ ଚେଷ୍ଟା କଲେ ମାଡ଼ ମରାଯିବ ବୋଲି ଧମକ ଦେଇଥିଲେ। ଏନେଇ ଖୁଣ୍ଟୁଣୀ ଥାନା ଅଧିକାରୀଙ୍କୁ ଫୋନ୍‌ ଯୋଗେ ଅବଗତ କରିଛି।

Advertisment

ଘଟଣା ସମ୍ପର୍କରେ ଅନନ୍ତପୁର ସରପଞ୍ଚଙ୍କ ପ୍ରତିନିଧି ବାଦଲ କୁମାର ବେହେରା କହିଛନ୍ତି, ସରପଞ୍ଚଙ୍କ ଏଜେଣ୍ଟ ହିସାବରେ ମୁଁ ବୁଥ୍‌କୁ ଯାଇଥିବା ବେଳେ ଧକ୍କା ମାରି ବାହାର କରିଦେଲେ। ଖବର ପାଇ ସାମ୍ବାଦିକ ସୁଶାନ୍ତ ସାହୁ  ପହଞ୍ଚିଲା ପରେ ତାଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ପୁଲିସ୍‌ ପ୍ରଶାସନ କେହି ବି ନ ଥିବାରୁ ଏବେ ସେଠାରେ ଏକଚାଟିଆ ଭୋଟ ଚାଲିଛି।

Odisha Panchayat Election 2022 Panchayat Election Violence