ଫାର୍ମାସିଷ୍ଟଙ୍କୁ ନିସ୍ତୁକ ପିଟିଲେ, ଟାଣି ଟାଣି ଥାନାକୁ ନେଲେ ଉତ୍ତ୍ୟକ୍ତ ଲୋକ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମୋ ଝିଅକୁ ମ୍ୟାଲେରିଆ ହୋଇଥିଲା। ତାକୁ ଭଲ କରିଦେବେ ବୋଲି କହିବାରୁ ଫାର୍ମାସିଷ୍ଟଙ୍କ ପାଖରେ ଚିକିତ୍ସା କରାଇଲୁ। ହେଲେ ଶେଷରେ ମୋ’ଝିଅ  ଆଖି ବୁଜିଲା। ଫାର୍ମାସିଷ୍ଟଙ୍କ ଚିକିତ୍ସା  ଅବହେଳାରୁ ମୋ’ ଝିଅର ଜୀବନ ଗଲା । ହୁଏତ ଅନ୍ୟ କେଉଁଠି ଚିକିତ୍ସିତ ହୋଇଥିଲେ ମୋ ଝିଅ ବଞ୍ଚି ଯାଇଥାନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ଜଣେ ହତଭାଗା ବାପା । ଏପରି ଅଭାବନୀୟ ଘଟଣା ଉପାନ୍ତ ମାଲକାନଗିରି ଜିଲ୍ଲାରେ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକେ […]

Malkangiri

Malkangiri

Tapaswini Nayak
  • Published: Thursday, 03 March 2022
  • Updated: 03 March 2022, 12:12 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମୋ ଝିଅକୁ ମ୍ୟାଲେରିଆ ହୋଇଥିଲା। ତାକୁ ଭଲ କରିଦେବେ ବୋଲି କହିବାରୁ ଫାର୍ମାସିଷ୍ଟଙ୍କ ପାଖରେ ଚିକିତ୍ସା କରାଇଲୁ। ହେଲେ ଶେଷରେ ମୋ’ଝିଅ  ଆଖି ବୁଜିଲା। ଫାର୍ମାସିଷ୍ଟଙ୍କ ଚିକିତ୍ସା  ଅବହେଳାରୁ ମୋ’ ଝିଅର ଜୀବନ ଗଲା । ହୁଏତ ଅନ୍ୟ କେଉଁଠି ଚିକିତ୍ସିତ ହୋଇଥିଲେ ମୋ ଝିଅ ବଞ୍ଚି ଯାଇଥାନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ଜଣେ ହତଭାଗା ବାପା । ଏପରି ଅଭାବନୀୟ ଘଟଣା ଉପାନ୍ତ ମାଲକାନଗିରି ଜିଲ୍ଲାରେ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ଚଲାଇ ଚଲାଇ ଥାନାକୁ ନେଇ ପୁଲିସ୍‌ ଜିମା ଦେଇଛନ୍ତି।

 ଅଟକ ଥିବା ଫାର୍ମାସିଷ୍ଟଜଣଙ୍କ ହେଲେ ସଞ୍ଜୟ ବେହେରା। ସଞ୍ଜୟ ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଫାର୍ମାସିଷ୍ଟ ଅଛନ୍ତି।  ସେ ନିଜ ଘରେ ଔଷଧ ଦୋକାନ ଖୋଲି ରୋଗୀ ଦେଖିଥାନ୍ତି।

ସୂଚନା ଅନୁଯାୟୀ, ଗତ ସୋମବାର ଏମ. ଭି ୪୪ଗାଁର ବାସୁଦେବ ଵାଲାଙ୍କ ଝିଅ ବନ୍ଦନା ଵାଲା ଦେହ ଅସୁସ୍ଥ ଥିଲା। ପରିବାର ଲୋକେ ଫାର୍ମାସିଷ୍ଟ ସଞ୍ଜୟଙ୍କ ପାଖକୁ ନେବାରୁ ମ୍ୟାଲେରିଆ ହୋଇଛି ସେ ଭଲ କରିଦେବେ ବୋଲି କହିଥିଲେ। ଏହାପାରେ ମେଡିସିନ, ଇଞ୍ଜେକସନ ଦେଇଥିଲେ।   ହେଲେ ଗତ  ରାତିରେ ଝିଅଟିର ଅବସ୍ଥା ଗୁରୁତର ହୋଇ ଯାଇଥିଲା। ଏହାଦେଖି ପରିବାର ଲୋକେ ଫାର୍ମାସିଷ୍ଟଙ୍କୁ ଫୋନ୍‌ କରିଥିଲେ। ମାତ୍ର ସେ ନ ଥିବାରୁ ପରିବାର ଲୋକେ ତାକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଝିଅଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଚିକିତ୍ସାରେ ଅବହେଳା ଯୋଗୁ ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଆଜି ସକାଳେ ଫାର୍ମାସିଷ୍ଟଙ୍କ ନିକଟକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିବା ବେଳେ  ଉତ୍ତ୍ୟକ୍ତ ଲୋକେ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିସହ ତାଙ୍କୁ ଚଲାଇ ଚଲାଇ ଥାନାକୁ ଆଣିଥିଲେ।

[caption id="attachment_717737" align="aligncenter" width="650"]Malkangiri ଫର୍ମାସିଷ୍ଟକୁ ଚଲାଇ ଚଲାଇ ଥାନା ଆଣିଲେ[/caption]

ମୃତ ଝିଅର ବାପା ବାସୁଦେବ ଵାଲା କହିଛନ୍ତି, ଝିଅକୁ ଜ୍ୱର ହେବାରୁ ପ୍ରଥମେ ଫାର୍ମାସିଷ୍ଟ ସଞ୍ଜୟଙ୍କ ପାଖକୁ ନେଇଥିଲୁ।  ବ୍ଲଡ୍ ଟେଷ୍ଟରୁ ଝିଅର ମ୍ୟାଲେରିଆ ବାହାରିଥିଲା। କୌଣସି ସରକାରୀ ହସ୍ପିଟାଲକୁ ନେବା ଦରକାର ନାହିଁ, ମୁଁ ଭଲ କରିଦେବି ବୋଲି ସେ କହିଥିଲେ। ଆମେ ତାଙ୍କ ପାଖରୁ ଔଷଧ ଓ ଇଞ୍ଜେକସନ୍‌ ନେଇ ଆସିଥିଲୁ। ବୁଧବାର ମୁଁ  ଝିଅକୁ ନେଇ ତାଙ୍କ ପାଖକୁ ଆସିଥିଲି। ସେ ଝିଅକୁ ସାଲାଇନ୍‌ ଓ ଇଞ୍ଜେକସନ୍‌ ଦେଇଥିଲେ। କିଛି ସମୟ ପରେ ଘରକୁ ଯିବାକୁ କହିଥିଲେ। ହେଲେ ବୁଧବାର ରାତିରେ ଝିଅର ମୃତ୍ୟୁ ଘଟିଥିଲା।

ହେଲେ ମୃତା ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫର୍ମାସିଷ୍ଟ ସଂଜୀବ ବେହେରା  । ଏନେଇ ସେ କହିଛନ୍ତି, ଦୁଇ ଦିନ ତଳେ ବାସୁଦେବ ଵାଲା ତାଙ୍କ ଝିଅକୁ ନେଇ ମୋ ପାଖକୁ ନେଇ ଆସିଥିଲେ। ଝିଅକୁ ମ୍ୟାଲେରିଆ ହୋଇଛି, ତାର ବ୍ଲାକ୍‌ଲେଟ୍ କମ୍ ଅଛି ବୋଲି ମୁଁ କହିଥିଲି।  ବ୍ଲାକ୍‌ଲେଟ୍ ଦେବା ପାଇଁ ମୋ ପାଖରେ ସୁବିଧା  ନାହିଁ, ତୁମେ ତାକୁ କୋରାପୁଟ ଡାକ୍ତରଖାନାକୁ ନେଇଯାଅ ବୋଲି ମୁଁ କହିଥିଲି। ତାର ମା’,ବାପା  ଝିଅକୁ  ଭଲ କରିଦେବା ପାଇଁ ମୋତେ ଅନୁରୋଧ କରିଥିଲେ।  ଅନ୍ୟ ସ୍ଥାନରେ ଦେଖାଇବା ପାଇଁ ମୁଁ ବହୁତ ବୁଝାଇଥିଲେ ମଧ୍ୟ ସେମାନେ  କିଛି ଶୁଣି  ନଥିଲେ। ଗତକାଲି ଝିଅଟିର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story