Advertisment

ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ମୂଷାପାଲି ପଞ୍ଚାୟତ ଗହନାମୁଣ୍ଡା ଗାଁରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ରୋହିତ ହଂସଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ। ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ପତ୍ନୀ ଆରତି ସିଂହ ଏନେଇ କୋକସରା ଥାନାରେ ଏତଲା ଦେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ବୁଧବାର ସନ୍ଧ୍ୟାରେ ରୋହିତଙ୍କୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରୋହିତ ମୂଷାପାଲି ଗାଁରୁ ପ୍ରଚାର ସାରି ବାଇକ୍‌ରେ ଗହନାମୁଣ୍ଡାକୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

Kokasara

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ମୂଷାପାଲି ପଞ୍ଚାୟତ ଗହନାମୁଣ୍ଡା ଗାଁରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ରୋହିତ ହଂସଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ। ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ପତ୍ନୀ ଆରତି ସିଂହ ଏନେଇ କୋକସରା ଥାନାରେ ଏତଲା ଦେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

Advertisment

ବୁଧବାର ସନ୍ଧ୍ୟାରେ ରୋହିତଙ୍କୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରୋହିତ ମୂଷାପାଲି ଗାଁରୁ ପ୍ରଚାର ସାରି ବାଇକ୍‌ରେ ଗହନାମୁଣ୍ଡାକୁ ଫେରୁଥିବା ବେଳେ ବାଟରେ ୪ ଜଣ ତାଙ୍କୁ ଅଟକାଇ ଛୁରିରେ ଆକ୍ରମଣ କରିଥିଲେ।ଆକ୍ରମଣକାରୀମାନେ ମୁହଁରେ ମୁଖା ପିନ୍ଧିଥିଲେ।

ସ୍ଥାନୀୟ ଲୋକେ ରୋହିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋକସରା ହସ୍ପିଟାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ରୋହିତ କହିଛନ୍ତି ଯେ ସରପଞ୍ଚ ନିର୍ବାଚନରୁ ଓହରି ଯିବାକୁ ଅନ୍ୟ ଜଣେ ପ୍ରାର୍ଥୀ ଲୋକ ଲଗାଇ ତାଙ୍କୁ ପୂର୍ବରୁ ଧମକ ଦେଇଥିଲେ। ତେଣୁ ଏହି ଆକ୍ରମଣ ପଛରେ ସେହି ପ୍ରାର୍ଥୀଙ୍କ ହାତ ରହିଛି ବୋଲି ସେ ସନ୍ଦେହ କରୁଛନ୍ତି।

କୋକସରା ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି, ରୋହିତ ହଂସଙ୍କୁ ୪ ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ। ତେବେ ଆକ୍ରମଣକାରୀମାନଙ୍କୁ ସେ ଚିହ୍ନିପାରି ନଥିଲେ। ଏବେ ଘଟଣାର ତଦନ୍ତ ଚାଲିଛି।

Odisha Panchayat Election 2022