Advertisment

ବୀଭତ୍ସ କାଣ୍ଡ; ପରିବାରର ୩ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ

ଯାଜପୁର(ଓଡ଼ିଶା ରିପୋର୍ଟର) : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମୀର୍ଜାପୁର ଗାଁରେ ଗତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି  ଆକ୍ରମଣରେ ମହିଳାଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହେଲେ ଏହି ଆକ୍ରମଣ ପଛରେ କାହା ହାତ ଅଛି ଓ କିଏ, କାହିଁକି ଏପରି […]

ଅଦ୍ୟତନ ହୋଇଛି
ବୀଭତ୍ସ କାଣ୍ଡ; ପରିବାରର ୩ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ

jajpur-1-1

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର) : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମୀର୍ଜାପୁର ଗାଁରେ ଗତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି  ଆକ୍ରମଣରେ ମହିଳାଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହେଲେ ଏହି ଆକ୍ରମଣ ପଛରେ କାହା ହାତ ଅଛି ଓ କିଏ, କାହିଁକି ଏପରି ଆକ୍ରମଣ କଲା ତାହା ଅସ୍ପଷ୍ଟ ରହିଛି।

Advertisment

ମୃତ ମହିଳା ନାଁ ତରୁଲତା ବିଶ୍ୱାଳ ଥିବା ବେଳେ ସେ ଜଣେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ସ୍ୱାମୀ ଇଞ୍ଜିନିୟର ଥିବା ବେଳେ   ୧୬ ବର୍ଷୀୟା ଝିଅ କଟକରେ ରହି ଯୁକ୍ତ ୨ ପଢ଼ୁଥିଲେ। ଗତକାଲି ରାତିରେ ସମସ୍ତ ପରିବାର ସଦସ୍ୟ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ବାହାରକୁ ଡାକି ଅତର୍କିତ ଆକ୍ରମଣ କରିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମ

ତରୁଲତାଙ୍କ ମୃତଦେହ ଘର ସାମନାରେ ପଡ଼ିଥିବା ବେଳେ ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ଏହାପରେ ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତର ବାପଝିଅଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

କିଏ ଓ କାହିଁକି ଏପରି ବିଭତ୍ସ କାଣ୍ଡ ଘଟାଇଛି, ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ଲୁଟ୍‌ ପାଇଁ କିମ୍ବା ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଥିବା ସନ୍ଦେହରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Attempt To Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe