Advertisment

Law and Order କେବଳ ସମୀକ୍ଷା, ଆକ୍ସନ ନାହିଁ: ଓଡ଼ିଶାର ଛବିକୁ ମଳିନ ପାଇଁ ହେଉଛି ଉଦ୍ୟମ-ମୁଖ୍ୟମନ୍ତ୍ରୀ

କାହାର ବିଫଳତା ପାଇଁ ରାଜ୍ୟରେ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ଓ ସରକାରଙ୍କୁ ବଦନାମ ହେବାକୁ ପଡ଼ୁଛି ଏବଂ ସେନେଇ କାହିଁକି କାହାରିକୁ ଉତ୍ତରଦାୟୀ କରାଯାଉ ନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Chief-minister-Mohan-Majhi

Chief Minister Mohan Majhi

Advertisment

ରାଜ୍ୟରେ କ୍ରମାଗତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ସମସ୍ତ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ଓ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେବା ସହ ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶାର ଛବିକୁ ମଳିନ କରିବା ପାଇଁ କିଛି ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି । ତେବେ କାହାର ବିଫଳତା ପାଇଁ ରାଜ୍ୟରେ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ଓ ସରକାରଙ୍କୁ ବଦନାମ ହେବାକୁ ପଡ଼ୁଛି ଏବଂ ସେନେଇ କାହିଁକି କାହାରିକୁ ଉତ୍ତରଦାୟୀ କରାଯାଉ ନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଓଡ଼ିଶାର ଛବି ମଳିନ କରିବାକୁ ଉଦ୍ୟମ, ଦୃଢ଼ହସ୍ତରେ ଦମନ କର

କଟକ ସହରରେ ହିଂସାଠୁ ଆରମ୍ଭ କରି ଜେଲରୁ କଏଦୀ ଫେରାର, ବ୍ରହ୍ମପୁରରେ ବରିଷ୍ଠ ଓକିଲଙ୍କୁ ହତ୍ୟା ଆଦି ଘଟଣା ଯୋଗୁ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟରେ (Chief Minister Odisha) ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ପରିଚିତ ଓଡିଶାର ଛବିକୁ ମଳିନ କରିବା ପାଇଁ କିଛି ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । ଏହିପରି ବ୍ୟକ୍ତିମାନଙ୍କୁ ଦୃଢ଼ହସ୍ତରେ ଦମନ କରିବା ଏବଂ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପୁଲିସର ବରିଷ୍ଠ ପଦାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କଟକ ସ୍ଥିତି ସ୍ୱାଭାବିକ, କିନ୍ତୁ ସତକର୍ତା ଜରୁରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, କଟକ ସହରରେ(Cuttack Law and Order) ପରିସ୍ଥିତି ସ୍ୱାଭାବିକ ହେଉଛି ଏବଂ କର୍ଫୁୁ୍ୟ ଉଠିବା ସହିତ ଇଂଟରନେଟ ସେବା ପୁନଃସ୍ଥାପିତ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ତେବେ ପରିସ୍ଥିତି ସାମାନ୍ୟ ହେଲେ ମଧ୍ୟ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ ନକରି ସତର୍କ ରହିବାକୁ ପୁଲିସକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସବୁ ସମ୍ବେଦନଶୀଳ ଅଂଚଳରେ ପୁଲିସ ଫୋର୍ସ ମୁତୟନ ସହିତ ପାଟ୍ରୋଲିଂ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଭାଇଚାରାର ସହର କଟକରେ ସାମାଜିକ ସଦଭାବ ଫେରାଇ ଆଣିବା ପାଇଁ ବିଭିନ୍ନ ଗୋଷ୍ଠୀର ନେତୃବୃନ୍ଦଙ୍କ ସହିତ ପୁଲିସ ଆଲୋଚନା ଜାରି ରଖିବା ଆବଶ୍ୟକ ସେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ କଟକର ଅଧିବାସୀଙ୍କୁ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ ।

Advertisment

ବ୍ରହ୍ମପୁର ହତ୍ୟାକାଣ୍ଡ: ତୁରନ୍ତ ଗିରଫ ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ନିର୍ଦ୍ଦେଶ

ବ୍ରହ୍ମପୁରର ବରିଷ୍ଠ ଓକିଲ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଃଖପ୍ରକାଶ କରିବା ସହ ହତ୍ୟାକାରୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧୀମାନେ ଯେପରି  ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପ୍ରତି ପଦକ୍ଷେପ ନେବାକୁ ସେ କହିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ସଚିବ ମନୋଜ ଆହୁଜା, ଗୃହ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

କେବଳ ସମୀକ୍ଷା, କାହିଁକି ହେଉନି ଆକ୍ସନ

ରାଜ୍ୟରେ ନିୟମିତ ବ୍ୟବଧାନରେ କାହିଁକି ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ତଥା ଯେଉଁ ଅଫିସର ବା ବ୍ୟକ୍ତିବିଶେଷ ଏସବୁ ପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର କଠୋର ଆଭିମୁଖ୍ୟ ପୋଷଣ କରିବାରେ ପଛଘୁଂଚା କାହିଁକି ଦେଉଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା । ପୁଲିସର ବିଫଳତା ପାଇଁ ସରକାର ନିନ୍ଦିତ ହେଉଥିଲେ ମଧ୍ୟ ଦୀର୍ଘ ୧୫ମାସ ମଧ୍ୟରେ ଦାୟିତ୍ୱରେ ଥିବା ଆଇପିଏସ ପାହ୍ୟାର କୌଣସି ବରିଷ୍ଠ ପୁଲିସ ଅଫିସରଙ୍କୁ ଏସବୁ ପାଇଁ ଦାୟୀ କରିବାରେ ସରକାର ସକ୍ଷମ ହୋଇପାରିନାହାନ୍ତି । 


ଉଲ୍ଲେଖଯୋଗ୍ୟ, ରାଜ୍ୟ ଗୃହ ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଛନ୍ତି । ଆଜି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୫ ମସିହାରେ ପୂର୍ବରୁ ଦୁଇଥର (ଜାନୁୟାରୀ ୧୯ ଓ ଅଗଷ୍ଟ ୧୨)ରେ ମଧ୍ୟ ଉଚ୍ଚସ୍ତରୀୟ ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିବା ଜଣାପଡ଼ିଛି ।

Chief Minister Odisha Cuttack Law and Order
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe