Advertisment

ଆଉ ୩ଟି ଖଣି ଖୋଲିବାକୁ ସରକାରଙ୍କ ନିର୍ଦେଶ

ଭୁବନେଶ୍ୱର: ବନ୍ଦ ଥିବା ଆଉ ତିନୋଟି ଖଣି ଖୋଲିବାକୁ ଆଜି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଅନ୍ତଃବିଭାଗୀୟ ସୁପାରିଶ ଆଧାରରେ ସରକାର ଏହି ତିନୋଟି ଖଣିକୁ ଖୋଲିବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ ସାମଲ। ସଂପୃକ୍ତ ଖଣିଗୁଡ଼ିକର ଅତିରିକ୍ତ ଲିଜ୍ ଡିଡ୍ କରିବାକୁ ମଧ୍ୟ ଲିଜଧାରୀଙ୍କୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ସରକାର ୨୬ଟି ବନ୍ଦ ଖଣିକୁ ଖୋଲିବାକୁ ନିର୍ଦେଶ ଦେଇଥିଲେ । ନୂଆ କରି ଖୋଲିବାକୁ ଥିବା ଖଣିଗୁଡ଼ିକ ନନ୍ କ୍ୟାପଟିଭ୍ ଏବଂ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଉ ୩ଟି ଖଣି ଖୋଲିବାକୁ ସରକାରଙ୍କ ନିର୍ଦେଶ

odishamining

ଭୁବନେଶ୍ୱର: ବନ୍ଦ ଥିବା ଆଉ ତିନୋଟି ଖଣି ଖୋଲିବାକୁ ଆଜି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଅନ୍ତଃବିଭାଗୀୟ ସୁପାରିଶ ଆଧାରରେ ସରକାର ଏହି ତିନୋଟି ଖଣିକୁ ଖୋଲିବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ ସାମଲ। ସଂପୃକ୍ତ ଖଣିଗୁଡ଼ିକର ଅତିରିକ୍ତ ଲିଜ୍ ଡିଡ୍ କରିବାକୁ ମଧ୍ୟ ଲିଜଧାରୀଙ୍କୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ସରକାର ୨୬ଟି ବନ୍ଦ ଖଣିକୁ ଖୋଲିବାକୁ ନିର୍ଦେଶ ଦେଇଥିଲେ । ନୂଆ କରି ଖୋଲିବାକୁ ଥିବା ଖଣିଗୁଡ଼ିକ ନନ୍ କ୍ୟାପଟିଭ୍ ଏବଂ ଆଇରନ ଓ ମାଙ୍ଗାନିଜ ଖଣି। ଗତ ୨୫ ତାରିଖରେ ବସିଥିବା ଅନ୍ତଃବିଭାଗୀୟ କମିଟି ବୈଠକରେ ବନ୍ଦ ଥିବା ୧୧ଟି ଖଣିର ସ୍ଥିତି ନେଇ ତର୍ଜମା କରାଯାଇଥିଲା। କମିଟି ଦେଇଥିବା ରିପୋର୍ଟ ଆଧାରରେ ଏଥିରୁ ୩ଟି ଖଣିକୁ ଖୋଲିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment