Advertisment

ବରଗଡ଼ ଧନୁଯାତ୍ରା; ଆଜି ପାର୍ଶ୍ୱ ଚରିତ୍ର ପାଇଁ ଅଡିସନ

ବରଗଡ଼(ଦୀପକ ଶର୍ମା): କେତେବେଳେ ଶୁଭୁଛି ବିକଟାଳ ହସ ତ କେତେବେଳେ ଦେଖିବାକୁ ମିଳୁଛି ଯୋଡ଼ହସ୍ତ ଗୁହାରୀ। କିଏ ନିଜ ହାତରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ କହି ଚିତ୍କାର କରୁଛି ତ କିଏ ନିଜ କଲା କର୍ମ ପାଇଁ ପଶ୍ଚାତାପ କରୁଛି। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଦେଖିବାକୁ ମିଳିଛି କଳାକାରଙ୍କ ନିଖୁଣ ଅଭିନୟ । ଆଉ ମାସେ ପରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିନିମନ୍ତେ ଆଜି ଆରମ୍ଭ ହୋଇଛି କଳାକାର […]

ଅଦ୍ୟତନ ହୋଇଛି
ବରଗଡ଼ ଧନୁଯାତ୍ରା; ଆଜି ପାର୍ଶ୍ୱ ଚରିତ୍ର ପାଇଁ ଅଡିସନ

dhanu

Advertisment

ବରଗଡ଼(ଦୀପକ ଶର୍ମା): କେତେବେଳେ ଶୁଭୁଛି ବିକଟାଳ ହସ ତ କେତେବେଳେ ଦେଖିବାକୁ ମିଳୁଛି ଯୋଡ଼ହସ୍ତ ଗୁହାରୀ। କିଏ ନିଜ ହାତରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ କହି ଚିତ୍କାର କରୁଛି ତ କିଏ ନିଜ କଲା କର୍ମ ପାଇଁ ପଶ୍ଚାତାପ କରୁଛି। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଦେଖିବାକୁ ମିଳିଛି କଳାକାରଙ୍କ ନିଖୁଣ ଅଭିନୟ । ଆଉ ମାସେ ପରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିନିମନ୍ତେ ଆଜି ଆରମ୍ଭ ହୋଇଛି କଳାକାର ଚୟନ ପ୍ରକ୍ରିୟା ।

Advertisment

ଗତ ୨ ବର୍ଷ କରୋନା ଯୋଗୁ ବରଗଡ଼ ଧନୁଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୭ରେ ଆରମ୍ଭ ହେବ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ।  ଏହି ଯାତ୍ରାର  କଂସ ଭୂମିକା ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ପାର୍ଶ୍ଵ ଚରିତ୍ର ପାଇଁ ଆରମ୍ଭ ହୋଇଯାଇଛି କଳାକାର ଚୟନ। ଜିଲ୍ଲା ତଥା ଜିଲା ବାହାରର ୭ ଜଣିଆ ଜୁରି କମିଟି ବିଚାରକ ଭାବେ ଯୋଗଦେଇ କଳାକାରଙ୍କ ଅତିସନ ନେଇଛନ୍ତି । ଆଜି ଓ ୯ ତାରିଖରେ ପାର୍ଶ୍ୱ କଳାକାର ଚୟନ ପ୍ରକ୍ରିୟା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆସନ୍ତା ୧୦ ତାରିଖରେ କଂସ ଭୂମିକା ପାଇଁ ଅଡିସନ ହେବ ବୋଲି ଜଣାଯାଇଛି।

[caption id="attachment_779624" align="aligncenter" width="650"]dhanu ଅଡିସନ ପାଇଁ କଳାକାରଙ୍କ ଭିଡ଼ ।[/caption]

Advertisment

ଆଜି ଯାତ୍ରାର ପାର୍ଶ୍ଵ ଚରିତ୍ର ଉଗ୍ରସେନ, ବସୁଦେବ, ଦେବକୀ , ନାରଦ ତଥା ସେନାପତି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ ପ୍ରକ୍ରିୟା ଚାଲିଛି । ଜଣକ ପରେ ଜଣେ ପ୍ରତିଯୋଗୀ  ଜୁରି କମିଟି ସମ୍ମୁଖରେ ନିଜ ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିଛୁନ୍ତି । ଅଙ୍ଗଭଙ୍ଗୀ ଚାଳନା ସହିତ ଗମ୍ଭୀର ସ୍ୱରରେ ସଂଳାପ କହୁଛନ୍ତି ।

ଉଗ୍ରସେନ ଭୁମିକା ପାଇଁ ୭ ଜଣ କଳାକାର, ବାସୁଦେବ ପାଇଁ ୧୯ଜଣ କଳାକାର, ନାରଦ ପାଇଁ ୧୪ଜଣ କଳାକାର, ସେନାପତି  ପାଇଁ ୩୭ ଜଣ ଏବଂ ଦେବକୀ ଭୂମିକା ପାଇଁ ୮ଜଣ ମହିଳା କଳାକାର ଏହି ଅଡିସନରେ ସାମିଲ ହୋଇଛନ୍ତି ।

[caption id="attachment_779625" align="aligncenter" width="650"]dhanu ପାର୍ଶ୍ୱ କଳାକାର ଚୟନ ପ୍ରକ୍ରିୟା ପାଇଁ ଥିବା ଜୁରୀ ସଦସ୍ୟ ।[/caption]

କଳାହାଣ୍ଡିର ପ୍ରଦୀପ ମାଝୀ ,ବଲାଙ୍ଗିରର ଜୋମାଲ ଖାନ, ସମ୍ବଲପୁରର ବ୍ରଜେନ୍ଦ୍ର ନାୟକ, ଦେବଗଡର ହେମନ୍ତ ମହାପାତ୍ର, ବରଗଡର ଲିଟୁ ମହାନ୍ତି, ବିଜେପୁର ର ଶିବଲାଲ ସାଗର ଏବଂ ପଦମପୁରର ଅଶୋକ ବହିଦାର ବିଚାରକ ଭାବେ ଯୋଗ ଦେଇଛନ୍ତି।

ଚଳିତ ବର୍ଷ ଧନୁଯାତ୍ରାର ବିଭିନ୍ନ ଭୂମିକା ପାଇଁ ମୋଟ ୨୨୩ ଜଣ  ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୬୦ ଜଣ କେବଳ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe