ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ମୁଜାଗଡ଼ ପଞ୍ଚାୟତକୁ ସରପଞ୍ଚ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଗତ ଦୁଇ ଦିନ ହେବ ପଞ୍ଚାୟତର ଦୁଇଟି ଗାଁରେ ତିନୋଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଗୋଷ୍ଠୀ ସଂକ୍ରମଣକୁ ଆଶଙ୍କା କରି ସରପଞ୍ଚ ଶିବ ଶଙ୍କର ପ୍ରଧାନ ଆଜିଠୁ ୧୬ ତାରିଖ ଯାଏ ପଞ୍ଚାୟତକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି।
ଶଟ୍ଡାଉନ୍ ସମୟରେ କେବଳ ମେଡିକାଲ ସେବା ଚାଲୁ ରହିବ। ବାକି ସବୁ ଦୋକାନ ବଜାର ବନ୍ଦ ରହିବ। ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ହୋମ ଡେଲିଭରି କରାଯିବ। ସେଥିଲାଗି ଭଲ୍ୟୁଣ୍ଟରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ଲୋକଙ୍କୁ ଘରୁ ନବାହାରିବା ପାଇଁ ଡେଣ୍ଡୁରା ବାଡ଼େଇ ସଚେତନ କରାଯାଇଛି। ଏଥିସହ ଘରେ ରହିଲେ କରୋନା ମୁକ୍ତ ହୋଇ ପାରିବା ବୋଲି ସରପଞ୍ଚ ଘର ଘର ବୁଲି ଲୋକଙ୍କୁ ସଚେତନ କରିଥିବା କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ଅନେକ ରୋଗର ମହୌଷଧି ସଂଗୀତ
ସନ୍ଧ୍ୟାରେ ଗାଁ ମନ୍ଦିର, ଗ୍ରାମ ଦେବତୀ ଓ ଭାଗବତ ଘରେ ବାଜୁଥିବା ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନିର ତରଙ୍ଗ କାନରେ ବାଜିଲେ ଦିନ ଯାକର କ୍ଳାନ୍ତି କେବଳ ମେଣ୍ଟେ ନାହିଁ, ଭାରାକ୍ରାନ୍ତ ମନକୁ ମଧ୍ୟ ହାଲକା କରିଦିଏ। ମନରେ ଏକ ଶାନ୍ତ ଓ ଆଧ୍ୟାତ୍ମିକ ଚେତନା ଭରିଦିଏ।
Health
ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, ସ୍ୱାକ୍ଷର ହେଲା MOU
ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେହପରି ରାଜ୍ୟର ପ୍ରାୟ ୩ କୋଟି ଲୋକ ଏହି ଯୋଜନାର ଫାଇଦା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Health
‘ଓଡ଼ିଶାରେ ଚିହ୍ନଟ ହୋଇନି ଏଚଏମପିଭି ଭାଇରସ୍, ଥଣ୍ଡାକାଶ ଥିଲେ ପରୀକ୍ଷା କରାନ୍ତୁ’
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ଭାଇରସ୍ ମୁଖ୍ୟତଃ ୧୪ବର୍ଷ ବୟସରୁ କମ୍ ପିଲାଙ୍କୁ ସଂକ୍ରମିତ କରିଥାଏ । ତା’ଛଡ଼ା ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ଯଥା ଗର୍ଭବତୀ, କ୍ୟାନସର,ଆଜମା ଓ ହୃଦରୋଗରେ ପୀଡ଼ିତ ଥାନ୍ତି ସେମାନେ ଏଥିରେ ସଂକ୍ରମିତ ହେବାର ଆଶଙ୍କା ବେଶୀ ।