Advertisment

ଆଳି ପ୍ୟାଲେସରେ ନୂଆ ବିଲ୍ଡିଂ ପାଇଁ ବାଲି ଚୋରି କରୁଛନ୍ତି ମନ୍ତ୍ରୀ ପ୍ରତାପ ଦେବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଓ ଶାସକ ଦଳର ବିଧାୟକଙ୍କ ବିରୋଧରେ ବେଆଇନ ବାଲି ଚୋରା କାରବାରର ସାଂଘାତିକ ଅଭିଯୋଗ। ପାୱାରଫୁଲ ମନ୍ତ୍ରୀ ପ୍ରତାପ ଦେବ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ। ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ନିଜ ଆଳି ପ୍ୟାଲେସରେ ନୂଆ ବିଲ୍ଡିଂ ନିର୍ମାଣ ଲାଗି ଖରସ୍ରୋତାରୁ ଚୋରାରେ ବାଲି ଉଠାଇଥିବା ଅଭିଯୋଗ ହୋଇଛି। ସେହିପରି ବେଆଇନ ବାଲିଘାଟ ବିବାଦକୁ ନେଇ ହତ୍ୟା ଘଟଣାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଖାସ୍ ଲୋକ […]

ଆଳି ପ୍ୟାଲେସରେ ନୂଆ ବିଲ୍ଡିଂ ପାଇଁ ବାଲି ଚୋରି କରୁଛନ୍ତି ମନ୍ତ୍ରୀ ପ୍ରତାପ ଦେବ!

alu1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଓ ଶାସକ ଦଳର ବିଧାୟକଙ୍କ ବିରୋଧରେ ବେଆଇନ ବାଲି ଚୋରା କାରବାରର ସାଂଘାତିକ ଅଭିଯୋଗ। ପାୱାରଫୁଲ ମନ୍ତ୍ରୀ ପ୍ରତାପ ଦେବ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ। ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ନିଜ ଆଳି ପ୍ୟାଲେସରେ ନୂଆ ବିଲ୍ଡିଂ ନିର୍ମାଣ ଲାଗି ଖରସ୍ରୋତାରୁ ଚୋରାରେ ବାଲି ଉଠାଇଥିବା ଅଭିଯୋଗ ହୋଇଛି। ସେହିପରି ବେଆଇନ ବାଲିଘାଟ ବିବାଦକୁ ନେଇ ହତ୍ୟା ଘଟଣାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଖାସ୍ ଲୋକ ଗିରଫ ହେବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ। ଖରସ୍ରୋତାରୁ ବେଧଡ଼କ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଚୋରାରେ ବାଲି ଉତ୍ତୋଳନର ପାଇଁ ଆପଣା ଯାଇଛି ନୂଆ ତରିକା। ମଝି ନଈରେ ବୋଟ୍ ଜରିଆରେ ଲଗାଯାଇଛି ସକ୍ସନ୍ ପମ୍ପ। ସେହି ପମ୍ପ ମାଧ୍ୟମରେ ନଦୀ ଭିତରୁ ସିଧା ବାଲି ଯାଇ ପହଞ୍ଚୁଛି ଆଳି ପ୍ୟାଲେସରେ। ଯିଏ ୟା ବିରୋଧରେ ସ୍ୱର ଉଠାଉଛି, ତାକୁ ଶିଳ୍ପମନ୍ତ୍ରୀ ଶ୍ରୀ ଦେବ ରାଜାଗିରି ଦେଖାଉଥିବା ଅଭିଯୋଗ ହୋଇଛି।

ନିକଟରେ ବେଆଇନ୍ ବାଲି ଚୋରା ଚାଲାଣ ନେଇ କେନ୍ଦ୍ରାପଡ଼ାର ଦୁଇ ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ ଓ ପ୍ରତାପ ମହାନ୍ତି ଇ-ମେଲ ଯୋଗେ ମୁଖ୍ୟ ସଚିବ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ସେମାନ କହିଛନ୍ତି, ଆଳି ପ୍ୟାଲେସ୍ ନିକଟରେ ଖରସ୍ରୋତା ନଦୀରୁ ଖାଲି ବେଆଇନ୍ ବାଲି ଖନନ ଚାଲିନି ବରଂ ୨୦୨୦ ପରଠୁ ନଦୀକୂଳ ବି ଜବରଦଖଲ ହୋଇରହିଛି।

Advertisment

ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ। ଖାଲି ସେତିକି ନୁହେଁ ଖରସ୍ରୋତା ନଦୀକୂଳରେ ଥିବା ପ୍ଲଟ୍ ନମ୍ବର ୩୮୫, ଯାହାକି ଆଳି ରାଜାଙ୍କ ପ୍ୟାଲେସର ଭିତରେ ଓ ନଦୀ କୂଳର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଇଟା ଭାଟି ଚାଲିଛି।

କେବଳ ଲିଖିତ ଅଭିଯୋଗରେ ଏହି ମାମଲା ସୀମିତ ନାହିଁ। ପ୍ରମାଣ ସ୍ୱରୂପ ବିଭିନ୍ନ ସମୟର ସ୍ୟାଟେଲାଇଟ୍ ଦ୍ୱାରା ଉଠାଯାଇଥିବା ଫଟୋକୁ ମଧ୍ୟ ଦୁଇ ସୂଚନା ଅଧିକାର କର୍ମୀ ଦେଇଛନ୍ତି। ସ୍ୟାଟେଲାଇଟ୍ ଇମେଜରୁ ସ୍ପଷ୍ଟ ହେଉଛି ଯେ ଆଳି ରାଜବାଟି ଭିତରେ ଥିବା ପୋଖରୀ ନିକଟରେ ତିଆରି ଚାଲିଛି ଗୋଟିଏ ବିଲ୍ଡିଂ। ଖରସ୍ରୋତା ନଦୀରୁ ସକ୍ସନ୍ ପମ୍ପ ଜରିଆରେ ବାଲି ଉଠାଯାଇ ରାଜବାଟୀକୁ ଅଣାଯାଉଥିବା ଏଥିରେ ଦେଖିବାକୁ ମିଳୁଛି।

ସେପ୍ଟେମ୍ବର ୨୨ରେ ଆରଟିଆଇ ଆକ୍ଟ ଅଧୀନରେ ମଗାଯାଇଥିବା ଏକ ତଥ୍ୟରେ ଆଳି ତହସିଲଦାର କହିଛନ୍ତି, ତହସିଲରେ ୬ଟି ବାଲି ଖାଦାନ ଅଛି। ସବୁ ବାଲି ଖାଦାନର ଅବଧି ୨୦୨୧ ଜୁଲାଇ ୧୮ରେ ସରିଥିଲା। ଅକ୍ଟୋବର ୪ରେ ଖାଦାନଗୁଡ଼ିକର ପୁନଃ ନିଲାମ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ଖାଦାନରୁ ବାଲି ଉଠିନି।

ତେବେ ତହସିଲଦାର କହିଛନ୍ତି ଯେ ବାଲି ଚୋରି ନେଇ ମିଛ ଅଭିଯୋଗ ଆସିଛି ବୋଲି କହୁନୁ। ଏଥିରେ ସତ୍ୟତା ଥାଇପାରେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ତେବେ ଏ ସଂପର୍କରେ ମନ୍ତ୍ରୀ ପ୍ରତାପ ଦେବଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ବାଲି ଚୋରା ଚାଲାଣରେ କେବଳ ମନ୍ତ୍ରୀ ନୁହନ୍ତି, ସାଲେପୁର ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଛି ହତ୍ୟା ଭଳି ସଙ୍ଗୀନ ଅଭିଯୋଗ। ବିଧାୟକଙ୍କ ଇଙ୍ଗିତରେ ବେଆଇନ ବାଲିଘାଟ ଚାଲିଥିବା ଅଭିଯୋଗ କରିଛି ବିଜେପି। ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ବେହେରା ଓରଫ ମିଟୁ ବିଧାୟକଙ୍କ ଖାସ୍ ଲୋକ ବୋଲି ଦଳ କହିଛି। କେବଳ ସେତିକି ନୁହେଁ, ଏଥିରେ ବହୁ ପ୍ରଭାବଶାଳୀ ନେତା ସାମିଲ ଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ପ୍ରଶାନ୍ତ ବେହରାଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe