Advertisment

ଅଟୋକୁ ଧକ୍କା ଦେଲା ବସ୍‌, ରାସ୍ତାରେ ଚାଲିଗଲା ୨ ଜୀବନ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ/ଘଟେଶ୍ୱର ମିଶ୍ର): ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ଅଟୋ ଚାଳକ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ସିଂଗାପାଲି ଗାଁର ରଞ୍ଜିତ ସାହୁ ଓ ବାନ୍ଧଣାବାଡ଼ି ଗ୍ରାମର ଲାଲା ସାହୁ ଏକ ଅଟୋରେ ବଲାଙ୍ଗିରରୁ ଘରକୁ ଫେରୁଥିଲେ। ତେବେ ବଲାଙ୍ଗିର-ପାଟଣାଗଡ଼ ରାଜପଥର ଦାଉପାଲି ଛକରେ ଏକ ଯାତ୍ରୀବାହୀ ବସ୍‌ ଅଟକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଚୁର୍‌ମାର୍‌ ହୋଇଯାଇଛି। ଅଟୋଚାଳକ ରଞ୍ଜିତଙ୍କର ଘଟଣା ସ୍ଥଳରେ ମୃତ୍ୟୁ […]

author-image
Manoranjan Sial
ଅଟୋକୁ ଧକ୍କା ଦେଲା ବସ୍‌, ରାସ୍ତାରେ ଚାଲିଗଲା ୨ ଜୀବନ

auto-accident-in-bo,angir

ବଲାଙ୍ଗିର (ମନୋରଞ୍ଜନ ଯୋଶୀ/ଘଟେଶ୍ୱର ମିଶ୍ର): ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ଅଟୋ ଚାଳକ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ସିଂଗାପାଲି ଗାଁର ରଞ୍ଜିତ ସାହୁ ଓ ବାନ୍ଧଣାବାଡ଼ି ଗ୍ରାମର ଲାଲା ସାହୁ ଏକ ଅଟୋରେ ବଲାଙ୍ଗିରରୁ ଘରକୁ ଫେରୁଥିଲେ। ତେବେ ବଲାଙ୍ଗିର-ପାଟଣାଗଡ଼ ରାଜପଥର ଦାଉପାଲି ଛକରେ ଏକ ଯାତ୍ରୀବାହୀ ବସ୍‌ ଅଟକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଚୁର୍‌ମାର୍‌ ହୋଇଯାଇଛି। ଅଟୋଚାଳକ ରଞ୍ଜିତଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଲାଲାଙ୍କୁ ବଲାଙ୍ଗିର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।