Advertisment

ବାପାଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛି କୁନି ପୁଅ

ଭଦ୍ରକ(ପାର୍ଥସାରଥୀ ନାୟକ): ବାପାଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛନ୍ତି କୁନି ପୁଅ। ଛଳ ଛଳ ଆଖିରେ କହୁଛନ୍ତି, ମୋ ବାପା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଏବେ କଟକରେ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପାଖରେ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁ ନାହାନ୍ତି। ଦୟାକରି କିଛି ଅର୍ଥ ସାହାଯ୍ୟ କଲେ ମୋ ବାପା ବଞ୍ଚିଯିବେ ବୋଲି କୁନି ପୁଅଟି ନିବେଦନ କରୁଛନ୍ତି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ […]

ଅଦ୍ୟତନ ହୋଇଛି
ବାପାଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛି କୁନି ପୁଅ

Bhadrak

Advertisment

ଭଦ୍ରକ(ପାର୍ଥସାରଥୀ ନାୟକ): ବାପାଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛନ୍ତି କୁନି ପୁଅ। ଛଳ ଛଳ ଆଖିରେ କହୁଛନ୍ତି, ମୋ ବାପା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଏବେ କଟକରେ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପାଖରେ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁ ନାହାନ୍ତି। ଦୟାକରି କିଛି ଅର୍ଥ ସାହାଯ୍ୟ କଲେ ମୋ ବାପା ବଞ୍ଚିଯିବେ ବୋଲି କୁନି ପୁଅଟି ନିବେଦନ କରୁଛନ୍ତି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ଭଦ୍ରକଜିଲ୍ଲା ତିହିଡି ବ୍ଲକ୍‌ ତାଳପଦା ଅନ୍ତର୍ଗତ ଗଦାଧରପୁର ଗାଁର ଭାରତ ଚନ୍ଦ୍ର ଜେନା। ପେସାରେ ଜଣେ ଅଟୋ ଡ୍ରାଇଭର। ପରିବାର କହିଲେ ୬ ପ୍ରାଣୀ କୁଟୁମ୍ୱ। ଭାରତ ହେଉଛନ୍ତି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ରୋଜଗାରରେ ପୂରା ପରିବାର ଚଳୁଥିଲା। ତେବେ ସେ ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ପରିବାର ରଥ ଅଟକି ଯାଇଛି।

ଭାରତଙ୍କୁ ଭଦ୍ରକ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜକୁ ୧୦ରୁ ୧୨ ଦିନ ହେଲା ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟିନଥିଲା। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲା। ସ୍ଥିତି ଖରାପ ହେଉଥିବା ଦେଖି ତାଙ୍କୁ କଟକରେ ଏକ ପ୍ରାଇଭେଟ୍‌ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ତାଙ୍କର କୋଭିଡ୍‌ ହସ୍ପିଟାଲ୍‌ର ଆଇସିୟୁରେ ଚିକିତ୍ସା ଚାଲିଛି।

Advertisment

ପ୍ରାଇଭେଟ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଆଇସିୟୁରେ ଚିକିତ୍ସା ବ୍ୟୟସାପେକ୍ଷ। ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ ହେଉଛି। ଏତେ ଟଙ୍କା ଖର୍ଚ୍ଚ କରିବା ଭାରତଙ୍କ ପରିବାର ପକ୍ଷେ ସମ୍ଭବର ହେଉନାହିଁ। ପରିବାର ଓ ବନ୍ଧୁବାନ୍ଧବଙ୍କଠାରୁ ଯାହା ଅର୍ଥ ମିଳିଥିବା ତାହା ଖର୍ଚ୍ଚ ହୋଇ ସାରିଲାଣି। ଏବେ କିନ୍ତୁ ଆଉ ପାଖରେ ପଇସା ନାହିଁ। କେମିତି ହସ୍ପିଟାଲ୍‌ ବିଲ୍‌ ପୈଠକ କରିବେ, ସେହି ଚିନ୍ତାରେ ପୂରା ପରିବାର।

ଭାରତଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କ ପୁଅ ସୋଶାଲ୍‌ ମିଡିଆରେ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି-“ମୋ ବାପା ଯାତ୍ରୀଙ୍କୁ ଅଟୋରେ ବୋହୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ସେ କଟକରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏବେ ଆମ ପାଖରେ ଚିକିତ୍ସା କରିବା ପାଇଁ ଟଙ୍କା ନାହିଁ। ଦୟାକରି କିଛି ସହାୟତା ଦିଅନ୍ତୁ।”

ଯଦି କୌଣସି ବ୍ୟକ୍ତି ସହାୟତ ଦେବାକୁ ଚାହିଁବେ, ତାହାହେଲେ Bharat jenaଙ୍କ Uco Bank  A/c no. 12200110045527, IFSC No-UCBA00012 ରେ ସହାୟତା ଦେବାକୁ ଅନୁରୋଧ। ଏହାଛଡ଼ା Phone  pay – 7978891584ରେ ସହାୟତା ଯୋଗାଇ ଦେଇପାରିବେ।

Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe